Below header

ଅସହ୍ୟ ଗ୍ରୀଷ୍ମ ଲହରୀରେ ଜଳୁଛି ସାରା ଓଡ଼ିଶା, ୪୦ଡିଗ୍ରୀ ଉପରେ ରାଜ୍ୟର ୧୪ଟି ସହରର ତାପମାତ୍ରା

କେନ୍ୟୁଜ୍ : ଅସହ୍ୟ ଗ୍ରୀଷ୍ମ ଲହରୀରେ ଜଳୁଛି ସାରା ଓଡ଼ିଶା। ପ୍ରଚଣ୍ଡ ରୌଦ୍ରତାପରେ ସିଝୁଛି ରାଜ୍ୟ। ଆକାଶରୁ ନିଆଁ ବର୍ଷୁଛି। ଅସହ୍ୟ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହୋଇଛି ଜନଜୀବନ। ୪୦ଡିଗ୍ରୀ ଉପରେ ରହିଛି ରାଜ୍ୟର ୧୪ଟି ସହରର ତାପମାତ୍ରା। ୪୬.୩ ଡିଗ୍ରୀ ସହ ତାଳଚେର ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ପାଲଟିଛି। ଟିଟିଲାଗଡ଼ର ତାପମାତ୍ରା ୪୪.୫ ଡିଗ୍ରୀ ରହିଥିବା ବେଳେ ଝାରସୁଗୁଡ଼ାର ୪୩.୨ ଡିଗ୍ରୀ ଓ ଅନୁଗୁଳର ତାପମାତ୍ରା ୪୩.୧ ଡିଗ୍ରୀ ରହିଛି।

summer ଆହୁରି ୩ଦିନ ଧରି ଗ୍ରୀଷ୍ଣ ପ୍ରବାହ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ପରେ ତାପମାତ୍ରା ସାମାନ୍ୟ ହ୍ରାସ ହେବ।ସେପଟେ ୨୪ ଘଣ୍ଟା ମଧ୍ୟରେ କେତେକ ଜିଲ୍ଲାରେ କାଳବୈଶାଖୀ ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି। ଅସହ୍ୟ ଗ୍ରୀଷ୍ଣ ପ୍ରବାହ ଯୋଗୁଁ ସକାଳ ୧୦ଟା ପରହ ଠାରୁ ରାସ୍ତାଘାଟ ଶୁନଶାନ ହୋଇଯାଉଛି। ଖରାରୁ ରକ୍ଷା ପାଇବା ପାଇଁ ଲୋକମାନେ ଥଣ୍ଡା ପାନୀୟ, ଲସି, ତରଭୂଜ ଦୋକାନରେ ଭି଼ଡ ଜମାଉଥିବା ଦେଖିବାକୁ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.