Below header

ବିବେକ ମାଗିଲେ କ୍ଷମା : ଟ୍ବିଟ କରି କହିଲେ, “କିଛି ମଜାଦାର କଥା କାହାକୁ ଆଘାତ ଦେବ ବୋଲି ଭାବିନଥିଲି”

ମୁମ୍ବାଇ : ବିବାଦ ପରେ ବ୍ୟାକଫୁଟରେ ବିବେକ ଓବରାଏ । ଏକଜିଟ୍‌ ପୋଲ ପରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ, ସଲମାନ ଖାନ, ଅଭିଷେକ ଓ ତାଙ୍କ ଝିଅ ଆରାଧ୍ୟଙ୍କ ଫଟୋକୁ ନେଇ କରିଥିବା ବିବାଦୀୟ ଟ୍ଵିଟ୍‌ କରିବା ଘଟଣାରେ ସେ କ୍ଷମା ପ୍ରାର୍ଥନା କରିଛନ୍ତି। ଏହାସହ ପୂର୍ବ ପୋଷ୍ଟକୁ ଡିଲିଟ୍‌ କରିଛନ୍ତି ବିବେକ। ଏନେଇ ସେ ଟ୍ଵିଟ୍‌ କରିଛନ୍ତି। ଗତକାଲି ସେ କ୍ଷମା ପ୍ରାର୍ଥନା ପାଇଁ ପରୋକ୍ଷରେ ମନା କରିଥିଲେ। କିନ୍ତୁ ୨୪ ଘଣ୍ଟା ପୂରିନି କ୍ଷମା ମାଗିଛନ୍ତି ବିବେକ। ଦୁଇଟି ନୂଆ ଟ୍ଵିଟ୍‌ କରିଛନ୍ତି। ସେ ଲେଖିଛନ୍ତି, କେବେକେବେ କିଛି ମଜାଦାର କଥା କାହାକୁ ଆଘାତ ଦେବ ନାହିଁ ବୋଲି ଲାଗେ। ଏମିତି ବି ହୋଇପାରେ ସେକଥା ସେମାନଙ୍କୁ ସେମିତି ଲାଗେ ନାହିଁ।

salman-vivek

ପାଖାପାଖି ୧୦ ବର୍ଷ ଭିତରେ ୨ହଜାରରୁ ଅଧିକ ଅବହେଳିତ ଓ ନିଷ୍ପେଷିତ ଝିଅଙ୍କ ପାଇଁ କାମ କରିଛି। କୌଣସି ମହିଳାଙ୍କୁ ଅପମାନିତ କରିବା ପାଇଁ ମୁଁ କେବେ ଚିନ୍ତା କରି ପାରିବି ନାହିଁ। ଅନ୍ୟ ଟ୍ଵିଟ୍‌ରେ ବିବେକ ଲେଖିଛନ୍ତି, ମୋର ଟ୍ଵିଟ୍‌ ଯଦି କୌଣସି ମହିଳାଙ୍କ ଭାବନାକୁ ଆଘାତ ଦେଇଥାଏ, ଏଥିପାଇଁ କ୍ଷମା ମାଗୁଛି ବୋଲି କହିଛନ୍ତି ବିବେକ। ଏକଜିଟ୍‌ ପୋଲ ପରେ ସୋସିଆଲ୍‌ ମିଡିଆରେ ଐଶ୍ୱର୍ଯ୍ୟା ରାୟ-ସଲମାନ-ଅଭିଷେକ ବଚ୍ଚନଙ୍କ ଫଟୋକୁ ନେଇ ଟ୍ଵିଟ୍‌ କରିଥିଲେ ବିବେକ ଓବରାଏ। ଯାହାକୁ ନେଇ ବିବାଦ ତୀବ୍ର ହୋଇଥିଲା। ବିବେକ ଓବରାଏଙ୍କୁ ନୋଟିସ୍‌ ଜାରି କରିବା ସହ ସୋସିଆଲ୍‌ ମିଡିଆରେ କ୍ଷମା ପ୍ରାର୍ଥନା ସହ ବ୍ୟକ୍ତିଗତ ଭାବରେ କ୍ଷମା ମାଗିବାକୁ ନିର୍ଦ୍ଦେଶ ଦେଇଥିଲେ ଜାତୀୟ ମହିଳା କମିଶନ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.