Below header

ବଢ଼ୁଛି ପ୍ରଭାସଙ୍କ ଲୋକପ୍ରିୟତା, ସୋସିଆଲ ମିଡିଆରେ ଭାଇରାଲ ‘ସାହୋ’ର ଆଉ ଏକ ଭିଡିଓ

ବାହୁବଲୀ ଫିଲ୍ମ ପରେ ସାଉଥ୍ ସୁପରଷ୍ଟାର ପ୍ରଭାସଙ୍କର ଚାହିଦା ବଢିଯାଇଛି। ବାହୁବଲୀ ଫିଲ୍ମରେ ପ୍ରଭାସ ନିଜର ଲୋକପ୍ରିୟତା ଦେଖିବା ପରେ ଖୁବ୍ ଉତ୍ସାହିତ ଅଛନ୍ତି। ଏହି କିଛି ଦିନ ହେବ ପ୍ରଭାସ ନିର୍ଦ୍ଦେଶକ ସୁଜିତଙ୍କ ଫିଲ୍ମ ‘ସାହୋ’ ସୁଟିଂରେ ବ୍ୟସ୍ତ ରହୁଛନ୍ତି। ଏହା ମଧ୍ୟରେ ପ୍ରଭାସ ଗତ ସୋମବାର ଦିନ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଭିଡିଓ ସେୟାର କରି ଫିଲ୍ମ ପ୍ରତି ନିଜର ଲୋକପ୍ରିୟତା ବଢାଇଛନ୍ତି।

Prabhasଭିଡିଓରେ ଅନୁମାନ କରାଯାଉଛି ପ୍ରଭାସ ନିଜର ଅପକମିଙ୍ଗ ଫିଲ୍ମ ‘ସାହୋ’ ସହ ଜଡିତ କିଛି ବଡ଼ ଖୁଲାସା କରିବାକୁ ଯାଉଛନ୍ତି। ପ୍ରଭାସ ୧୭ ଏପ୍ରିଲରେ ଇଷ୍ଟାଗ୍ରାମରେ ନିଜର ଆକାଉଣ୍ଟ ଖୋଲିଛନ୍ତି। କିନ୍ତୁ ଦୁଇ ମାସରେ ତାଙ୍କର ୧୦ ଲକ୍ଷରୁ ଅଧିକ ଫଲୋଅର୍ସ ହୋଇସାରିଛନ୍ତି।

‘ସାହୋ’ ଫିଲ୍ମର ପ୍ରଥମ ଟ୍ରେଲରରୁ ହିଁ ଦର୍ଶକମାନଙ୍କ ମଧ୍ୟରେ ଏତେ ମାତ୍ରାରେ ଉତ୍ସାହ ଦେଖିବାକୁ ମିଳିଛି ଯେ ଫିଲ୍ମ ରିଲିଜ ହେବାକୁ ନେଇ ଦର୍ଶକମାନେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି।

sardha-ସୁପରଷ୍ଟାର ପ୍ରଭାସ ଏବଂ ଲୋକପ୍ରିୟ ଅଭିନେତ୍ରୀ ଶ୍ରଦ୍ଧା କପୁର ଅଭିନୀତତ ସାହୋ ଫିଲ୍ମରେ ଏକାଠି ନଜର ଆସିଛନ୍ତି। ଏହି ଫିଲ୍ମ ହିନ୍ଦୀ, ତାମିଲ ଏବଂ ତେଲୁଗୁ ତିନୋଟି ଭାଷାରେ ସୁଟିଂ କରାଯାଉଛି। ଏହି ପିଲ୍ମରେ ପ୍ରଭାସ ଏବଂ ଶ୍ରଦ୍ଧା କପୁରଙ୍କ ବ୍ୟତୀତ ନୀଲ ନିତିନ ମୁକେଶ, ଜ୍ୟାକି ଶ୍ରଫ୍, ମନ୍ଦିରା ବେଦୀ, ମହେଶ ମାଂଜରେକର ଏବଂ ଚକି ପାଣ୍ଡେ ମଧ୍ୟ ଅଭିନୟ କରିବାର ନଜର ଆସିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.