Below header

ନାଥୁରାମ ଗଡସେଙ୍କ ଜନ୍ମଦିନ ପାଳନ କରିବାରୁ ହିନ୍ଦୁ ମହାସଭାର ଛଅ ଜଣ କାର୍ଯ୍ୟକର୍ତ୍ତା ଗିରଫ

ସୁରଟ: ରବିବାର ଦିନ ସୁରଟଠାରେ ନାଥୁରାମ ଗଡସେଙ୍କ ଜୟନ୍ତି ପାଳନ କରିବା ଅଭିଯୋଗରେ ପୋଲିସ୍ ହିନ୍ଦୁ ମହାସଭାର ଛଅ ଜଣ କାର୍ଯ୍ୟକର୍ତ୍ତାଙ୍କୁ ଗିରଫ କରିଥିବା ସୂଚନା ମିଳିଛି। ସୁରଟ ପୋଲିସ୍ ଆୟୁକ୍ତ ସତୀଶ ଶର୍ମା କହିଛନ୍ତି କି ଏହି କାର୍ଯ୍ୟକର୍ତ୍ତାମାନେ ଲିମ୍ବାୟତ ଇଲାକାର ସୂର୍ଯ୍ୟମୁଖୀ ହନୁମାନ ମନ୍ଦିରରେ ଗଡସେଙ୍କ ଜନ୍ମଦିନ ସମାରୋହ ଆୟୋଜିତ କରିଥିଲେ।

ଏହି ସମାରୋହରେ କାର୍ଯ୍ୟକର୍ତ୍ତାମାନେ ଗଡସେଙ୍କ ଫଟୋ ସାମ୍ନାରେ ଦିପ ଲଗାଇବା ସହିତ ମିଠା ବଣ୍ଟନ କରିଥିଲେ ଏବଂ ଭଜନ ମଧ୍ୟ କରିଥିଲେ । ଏହାବ୍ୟତିତ କାର୍ଯ୍ୟକ୍ରମର ଫଟୋ ଉଠାଇବା ସହ ଭିଡିଓ କରିଥିଲେ । ଶ୍ରୀ ଶର୍ମା କହିଛନ୍ତି କି, ଗାନ୍ଧିଜୀଙ୍କ ହତ୍ୟା କରିଥିବା ଗଡସେଙ୍କ ପୂଜା କରି ନାଗରିକଙ୍କ ଭାବନାକୁ କଷ୍ଟ ପହଁଚାଇଥିଲେ । ଏହି ସମାରୋହ କରିଲୋକଙ୍କୁ ଉସୁକାଇବା ଏବଂ ଶାନ୍ତିପୂର୍ଣ୍ଣ ପରିବେଶକୁ ଭଙ୍ଗ କରିବାର ପ୍ରୟାସ କରିଥିଲେ । ଯେଉଁଥିପାଇଁ ସେମାନଙ୍କୁ ସୋମବାର ଦିନ ଗିରଫ କରିଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.