ଫନିର ୧୮ ଦିନ ମଧ୍ୟ ଅନ୍ଧାର, ବିକ୍ଷୋଭ ସହ ରାସ୍ତାରୋକ

ବାତ୍ୟା ଫନିର ୧୮ ଦିନ ପରେ ବି ଅନ୍ଧାରରେ। ଗାଁକୁ ବିଦ୍ୟୁତ୍ ସଂଯୋଗ ଦାବିରେ ତାତିଲେ ଲୋକ। ବିକ୍ଷୋଭ ସହ ରାସ୍ତାରୋକ। ଗୋପ ତହସିଲ ଛକରେ ଗଛ ପକାଇ ରାସ୍ତା ଅବରୋଦ କରିଛନ୍ତି ୫ଟି ଗାଁର ଲୋକ। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ଗାଡି ମୋଟର ଅଟକି ରହିଛି। ପ୍ରବଳ ଖରାରେ ପିଲାଛୁଆ ଧରି ଯାତ୍ରୀ ମାନଙ୍କୁ ହନ୍ତସନ୍ତ ହେବାକୁ ପଡୁଛି। ଘଟଣାସ୍ଥଳରେ ନିମାପଡ଼ା DSP ଓ ବିଦ୍ୟୁତ୍ ବିଭାଗ କନିଷ୍ଟ ଯନ୍ତ୍ରୀ ଉପସ୍ଥିତ ରହି ଗାଁ ଲୋକଙ୍କୁ ବୁଜାସୁଝା କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.