୧୧ ହଜାରରୁ କମରେ ନିଜର କରିପାରିବେ ସାଓମୀର ଏହି ଦମଦାର ଫୋନ, ୪୮ ମେଗାପିକ୍ସଲ କ୍ଯାମେରା ରହିଛି ଉପଲବ୍ଧ

ନୂଆଦିଲ୍ଲୀ : ସାଓମୀ ଭାରତରେ ତାହାର ଏକ ନୂଆ ଦମଦାର ସ୍ମାର୍ଟଫୋନ ଲଞ୍ଚ କରିଛି। ଏହି ସ୍ମାର୍ଟଫୋନର ନାମ  Redmi Note 7S ରହିଥିବା ବେଳେ ଏହାର ପ୍ରାରମ୍ଭିକ ମୂଲ୍ଯ ୧୦,୯୯୯ ଟଙ୍କା ରହିଛି । ଏହି ମୋବାଇଲର ସବୁଠାରୁ ଖାସ ଫିଚର ହେଉଛି ଏହାର ୪୮ ମେଗାପିକ୍ସଲ କ୍ଯାମେରା । କମ୍ପାନୀ ଏହି ମୋବାଇଲର ଦୁଇଟି ବ୍ଯାରିଏଣ୍ଟ ଲଞ୍ଚ କରିଛି। ଯେଉଁଥିରେ ୩/୩୨ ଜିବିର ମୂଲ୍ଯ ୧୦,୯୯୯ ଟଙ୍କା ରହିଥିବା ବେଳେ ୪/୬୪ ଜିବିର ମୂଲ୍ଯ ୧୨,୯୯୯ଟଙ୍କା ରହିଛି। ସୂଚନା ଅନୁଯାୟୀ, ଏହି ଫୋନର ପ୍ରଥମ ସେଲ ୨୩ ମେ ରେ ଅନଲାଇନ ସପିଂ ସାଇଟ ଫ୍ଳିପକାର୍ଟ ଏବଂ ଏମଆଇ ଅଫିସିଆଲ ସାଇଟରେ ଆରମ୍ଭ ହେବାକୁ ଯାଉଛି।

xiomi

କଣ ରହିଛି ଫିଚର :

ରେଡମି ନୋଟ ୭ଏସର ଡିସପ୍ଳେ ୬.୩ ଫୁଲ ଏଚଡି+ ରହିଛି। ଏହା ସହ ସ୍ମାର୍ଟଫୋନରେ ରିଜୋଲ୍ଯୁସନ ୨୩୪୦X ୧୦୮୦ ପିକ୍ସଲ ରହିଛି। ଫୋନରେ ରହିଥିବା ନାଞ୍ଚ ଡିସପ୍ଳେ ଏହାର ଲୁକକୁ ଖୁବ ଆର୍କଷଣୀୟ କରିଛି।

ସ୍ମାର୍ଟଫୋନରେ ୪୮ ଏବଂ ୫ ମେଗାପିକ୍ସଲ ଡୁଆଲ ରିୟର କ୍ଯାମେରା ଦିଆଯାଇଥିବା ବେଳେ ସେଲଫି ପାଇଁ ୧୩ ମେଗାପିକ୍ସଲ କ୍ଯାମେରା ଦିଆଯାଇଛି।

କନେକ୍ଟିଭିଟି ପାୱାର ପାଇଁ ମୋବାଇଲରେ ୪୦୦୦ଏମଏଏଚ୍ ବ୍ଯାଟେରୀ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.