ଭୁବନେଶ୍ବର(କେନ୍ୟୁଜ୍): ବିଜୟ ପରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଟ୍ଵିଟ ମାଧ୍ୟମରେ ସାଢେ ୪କୋଟି ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି। ଓଡ଼ିଶାବାସୀଙ୍କ ସେବା କରିବା ପାଇଁ ପୁଣି ଥରେ ସୁଯୋଗ ଦେଇଥିବାରୁ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି। ଏକାଠି ହୋଇ ନୂଆ ଓଡ଼ିଶା ଗଢିବାକୁ ଆହ୍ଵାନ ଦେଇଛନ୍ତି ନବୀନ।