ଉଦ୍ଧାର ହେଲା କଳ୍ପନା ଦାଶଙ୍କ ମରଶରୀର। ବରଫତଳୁ ମୃତଦେହ ଉଦ୍ଧାର ପରେ ଏହାକୁ ବେସ୍କ୍ୟାମ୍ପକୁ ଅଣାଯାଇଛି। ଏଭରେଷ୍ଟ ଆରୋହଣ କରିବାକୁ ଯାଇଥିବା ବେଳେ ଗତ ୨୪ତାରିଖରେ ତାଙ୍କର ପ୍ରାଣହାନି ଘଟିଥିଲା। ଏଭରେଷ୍ଟର ବାଲକୋନି ଏରିଆରେ ତାଙ୍କର ମୃତ୍ୟୁ ହୋଇଥିଲା। ପ୍ରଥମେ ବେସ୍କ୍ୟାମ୍ପ ୪ରୁ ମରଶରୀରକୁ କାଠମାଣ୍ଡୁ ଅଣାଯିବ। ସେଠାରୁ ଭୁବନେଶ୍ୱରକୁ ଅଣାଯିବ ପାର୍ଥିବ ଶରୀର। ୨୦୦୮ରେ କଳ୍ପନା ପ୍ରଥମ ଥର ପ୍ରଥମ ଓ଼ଡିଆ ଭାବେ ଏଭରେଷ୍ଟ ଚଢିବାରେ ସଫଳ ହୋଇଥିଲେ। ଦ୍ୱିତୀୟ ଥର ପାଇଁ ଏଭରେଷ୍ଟ ଆରୋହଣ କରୁଥିବା ବେଳେ ଏହି ଦୁଃଖଦ ଘଟଣା ଘଟିଥିଲା।