Below header

ଖାଲି ହେବାକୁ ଯାଉଛି ଓଡ଼ିଶାର ୪ ରାଜ୍ୟସଭା ଆସନ, ସେମାନଙ୍କ ସ୍ଥାନରେ କିଏ ପ୍ରାର୍ଥୀ ହେବେ ଓ କେତେ ଦିନ ରହିବ କାର୍ଯ୍ୟକାଳ

ଏଥର ନିର୍ବାଚନ ଲଢୁଥିଲେ ୬ ରାଜ୍ୟସଭା ସଦସ୍ୟ। କନ୍ଧମାଳ ଲୋକସଭା ପାଇଁ ଡ଼. ଅଚ୍ୟୁତ ସାମନ୍ତ, କେନ୍ଦ୍ରାପଡ଼ା ଲୋକସଭା ପାଇଁ ଅନୁଭବ ମହାନ୍ତି, ବରଗଡ଼ ଲୋକସଭା ପାଇଁ ପ୍ରସନ୍ନ ଆଚାର୍ଯ୍ୟ, ଆଳି ବିଧାନସଭା ପାଇଁ ପ୍ରତାପ ଦେବ, ଖଣ୍ଡପଡା ବିଧାନସଭା ପାଇଁ ସୌମ୍ୟରଂଜନ ପଟ୍ଟନାୟକ ଓ ବାରିପଦା ବିଧାନସଭା ପାଇଁ ସରୋଜିନୀ ହେମ୍ବ୍ରମ। ଏଥିରୁ ୪ ଜଣ ଡ.ଅଚ୍ୟୁତ ସାମନ୍ତ, ଅନୁଭବ ମହାନ୍ତି, ପ୍ରତାପ ଦେବ ଓ ସୌମ୍ୟ ରଂଜନ ପଟ୍ଟନାୟକ ବିଜୟୀ ହୋଇଥିବା ବେଳେ ହାରିଥିଲେ ପ୍ରସନ୍ନ ଆଚାର୍ଯ୍ୟ ଓ ସରୋଜିନୀ ହେମ୍ବ୍ରମ।

ଏବେ ଚର୍ଚ୍ଚା, ୪ ବିଜୟୀ ରାଜ୍ୟସଭା ସଦସ୍ୟ ଲୋକସଭା ଯିବା ପରେ ତାଙ୍କ ସ୍ଥାନରେ କିଏ ରାଜ୍ୟସଭା ସଦସ୍ୟ ହେବେ। ଅନୁଭବ ମହାନ୍ତି ୨୦୧୪ରେ ରାଜ୍ୟସଭାକୁ ଯାଇଥିଲେ। ୨୦୨୦ ଏପ୍ରିଲ ୨ ରେ କାର୍ଯ୍ୟକାଳ ସରୁଛି। ତାଙ୍କ ସ୍ଥାନରେ ଯିଏ ସଦସ୍ୟ ହେବେ, ତାଙ୍କ କାର୍ଯ୍ୟକାଳ ବର୍ଷେ ରହିବ। ସେହିପରି ପ୍ରତାପ ଦେବେ ୨୦୧୭ ମେରେ, ବିଷ୍ଣୁ ଦାସଙ୍କ ସ୍ଥାନରେ ରାଜ୍ୟସଭା ଯାଇଥିଲେ। ତାଙ୍କ କାର୍ଯ୍ୟକାଳ ସରୁଛି ୨୦୨୨ ଜୁଲାଇ ୧ରେ। ଅର୍ତଥା ଆହୁରି ୩ ବର୍ଷ କାର୍ଯ୍ୟକାଳ ରହିଛି। ସେପଟେ ଗତ ବର୍ଷ ଏପ୍ରିଲ ମାସରେ ସୌମ୍ୟ ରଂଜନ ପଟ୍ଟନାୟକ ଓ ଡ.ଅଚ୍ୟୁତ ସାମନ୍ତ ରାଜ୍ୟସଭାକୁ ଯାଇଥିଲେ। ତାଙ୍କ କାର୍ଯ୍ୟକାଳ ୨୦୨୪ ଏପ୍ରିଲ ୩ ଅର୍ଥାତ ଆହୁରି ପ୍ରାୟ ୫ ବର୍ଷ ରହିଛି। ବର୍ତ୍ତମାନ ଓଡ଼ିଶାରୁ ୪ ଆସନ ଖାଲି ହେଉଥିବାରୁ ତାଙ୍କ ସ୍ଥାନରେ କିଏ ପ୍ରାର୍ଥୀ ହେବ? ରାଜ୍ୟରେ ସରକାର ଗଠନ ପ୍ରକ୍ରିୟା ସରିବା ପରେ ଏହାକୁ ନେଇ ରାଜନୈତିକ ମାହୋଲ ସରଗରମ ହେବାକୁ ଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.