ନବୀନଙ୍କ ନୂଆ ଟିମ୍, ମନ୍ତ୍ରିମଣ୍ଡଳରେ ଅଭିଜ୍ଞ ଓ ନୂଆ ଚେହେରାଙ୍କୁ ଗୁରୁତ୍ୱ

ଭୁବନେଶ୍ବର : ନବୀନଙ୍କ ନୂଆ ଟିମ୍‌ । ପୁରୁଣା ଓ ନୂଆ ଚେହେରାଙ୍କୁ ନବୀନ ତାଙ୍କ ପଞ୍ଚମ ପାଳି କ୍ୟାବିନେଟରେ ସାମିଲ କରିବାକୁ ଯାଉଛନ୍ତି। ମନ୍ତ୍ରୀ ହେବେ ଭଟଲି ବିଧାୟକ ସୁଶାନ୍ତ ସିଂ। ନବୀନଙ୍କ ଚତୁର୍ଥ ପାଳିରେ ଶ୍ରମ ମନ୍ତ୍ରୀ ଥିଲେ। ନବୀନଙ୍କ ଚତୁର୍ଥ ପାଳି ସରକାରରେ ସଂସ୍କୃତି ମନ୍ତ୍ରୀ ଥିବା ଅଶୋକ ପଣ୍ଡାଙ୍କୁ ମିଳିବ ମନ୍ତ୍ରୀ ପଦ। ସେହିପରି ସଂସଦୀୟ ବ୍ୟାପାର ମନ୍ତ୍ରୀ ଥିବା ବିକ୍ରମ କେଶରୀ ଆରୁଖ ବି ନବୀନଙ୍କ ପଞ୍ଚମ ପାଳିରେ ସମ୍ଭାଳିବେ ମନ୍ତ୍ରୀ ପଦ । ମାହାଙ୍ଗା ବିଧାୟକ ପ୍ରତାପ ଜେନା ବି ମନ୍ତ୍ରୀ ହେବେ। ପୂର୍ବରୁ ସେ ଆଇନ ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ଥିଲେ । ସେହିପରି ପ୍ରଫୁଲ୍ଲ ମଲ୍ଲିକ ପୁଣି ମନ୍ତ୍ରୀ ହେବେ । ପୂର୍ବରୁ ସେ ଖଣି ମନ୍ତ୍ରୀ ଥିଲେ। ସୋନପୁର ବିଧାୟକ ନିରଞ୍ଜନ ପୂଜାରୀ ମଧ୍ୟ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବେ । ପୂର୍ବରୁ ସେ ଜଳସଂପଦ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଛନ୍ତି। ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା, ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ବାଙ୍ଗିରିପୋଷି ବିଧାୟକ ସୁଦାମ ମାରାଣ୍ଡିଙ୍କୁ ନବୀନ ତାଙ୍କ ଟିମରେ ସାମିଲ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.