ନୂଆଦିଲ୍ଲୀ(କେନ୍ୟୁଜ୍): ଲୋକସଭାରେ ଉପସ୍ଥାପିତ ହେଲା ଟ୍ରିପଲ ତଲାକ ବିଲ୍। ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ବିଲ ଉପସ୍ଥାପନ କରିଛନ୍ତି। ଏହାକୁ ନେଇ ବିତର୍କ ହୋଇଥିବା ବେଳେ ଏବେ ଭୋଟିଂ ଚାଲିଛି। ବିଲ ଉପସ୍ଥାପନ ହେବା ମାତ୍ରେ ଗୃହରେ ଜୋରଦାର ହଙ୍ଗାମା ଆରମ୍ଭ ହୋଇଥିଲା। କଂଗ୍ରେସ ସାଂସଦ ଶଶୀ ଥରୁର ବିଲ୍କୁ ପ୍ରବଳ ବିରୋଧ କରିଛନ୍ତି। ବିଲ ଅନୁମୋଦନ ହେଲେ ମୁସଲିମ ମହିଳାଙ୍କ ଅସୁବିଧା ବଢିଯିବ ବୋଲି ସେ କହିଛନ୍ତି। ଏଆଇଏମଆଇଏମ ସାଂସଦ ଅସଦ୍ଦୁଦ୍ଦିନ ଅୱେସୀ ମଧ୍ୟ ବିରୋଧ କରିଛନ୍ତି। ତେବେ ଆଲୋଚନା ପାଇଁ ବିଲ୍ ଗୃହରେ ଉପସ୍ଥାପୱନ ହୋଇଥିବା କହିଛନ୍ତି ବାଚସ୍ପତି ଓମ୍ ବିର୍ଲା। ପୂର୍ବ ଏନଡିଏ ସରକାର ସମୟରେ ଏହା ରାଜ୍ୟସଭାରେ ପାରିତ ହୋଇପାରିନଥିବାରୁ ଏହାକୁ ସଂଶୋଧନ କରି ନୂଆ ଭାବେ ଆଗତ କରାଯାଇଛି।