Below header

ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ପାଳନ ହୋଇଛି ଅନ୍ତର୍ଜାତୀୟ ଯୋଗ ଦିବସ

ଭୁବନେଶ୍ବର(କେନ୍ୟୁଜ୍): ଯୋଗ ମୁଦ୍ରାରେ ରାଜଧାନୀବାସିନ୍ଦା। ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପାଳନ କରାଯାଇଛି ବିଶ୍ୱ ଯୋଗ ଦିବସ। ଜନତା ମଇଦାନରେ ବିଶାଳ ଯୋଗ ଶିବିରର ଆୟୋଜନ କରାଯାଇଛି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଉପସ୍ଥିତ ରହି ଯୋଗ କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଥିଲେ। ହଜାର ହଜାର ଲୋକ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଯୋଗ କରିଥିଲେ।ସେହିପରି କସ୍ତୁରବା ଶିକ୍ଷାନୁଷ୍ଠାନରେ ଯୋଗ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ଗଜପତି ଦିବ୍ୟସିଂହ ଦେବ। ସାମଗ୍ରିକ ସୁସ୍ଥତା ପାଇଁ ପ୍ରତ୍ୟହଃ ଯୋଗ ପ୍ରାଣାୟମ ଏକାନ୍ତ ଆବଶ୍ୟକ ବୋଲି କହିଛନ୍ତି ଗଜପତି। ଖୋର୍ଦ୍ଧା ଜିଲ୍ଲା ପତଞ୍ଜଳି ଯୋଗ ସମିତି ଓ ଭାରତ ସ୍ୱାଭିମାନ ନ୍ୟାସ ପକ୍ଷରୁ ଆୟୋଜିତ ହୋଇଥିଲା ଏହି ଯୋଗ ମହାସମାରୋହ।

କିସ୍‌ରେ ପାଳିତ ହୋଇଛି ବିଶ୍ୱ ଯୋଗ ଦିବସ :

ଭୁବନେଶ୍ୱରସ୍ଥିତ କିସ୍‌ରେ ପାଳିତ ହୋଇଛି ବିଶ୍ୱ ଯୋଗ ଦିବସ। ଏହି ଅବସରରେ ସମସ୍ତ ଛାତ୍ରଛାତ୍ରୀଙ୍କ ସହ କର୍ମଚାରୀ ଉପସ୍ଥିତ ରହି ଯୋଗ କରିଥିଲ। ପ୍ରତିଦିନ ଯୋଗ କରିବା ଦ୍ୱା କିଭଳି ସୁସ୍ଥ ନିରାମୟ ଜୀବନ ଯାପନ କରିହେବ ସେନେଇ ଛାତ୍ରଛାତ୍ରୀ ମାନଙ୍କୁ ସଚେତନ କରାଯାଇଥିଲା।

କଳାହାଣ୍ଡି ତେରେସିଂହାରେ ଯୁବ ସଂସଦ ଓ ଯୋଗାଭ୍ୟାସ କାର୍ଯ୍ୟକ୍ରମ :

ଭାରତ ସରକାରଙ୍କ ଯୁବ ବ୍ୟାପାର ମନ୍ତ୍ରଣାଳୟ ଅଧିନରେ ଅସୁଥିବା ନେହେରୁ ଯୁବ କେନ୍ଦ୍ର ପକ୍ଷରୁ କଳାହାଣ୍ଡି ତେରେସିଂହାରେ ଯୁବ ସଂସଦ ଓ ଯୋଗାଭ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ତେରେସିଂହା ସ୍ଥିତ ନେହେରୁ ଯୁବ ସଂଘ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ସମାଜସେବୀ ମୁରଲୀଧର ରଣା ମୁଖ୍ୟ ଅତିଥି ଓ ସଂଘର ପ୍ରାକ୍ତନ ସଭାପତି ଭୁବନ ରଣା ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । କେନ୍ଦ୍ରର ଲେଖାପାଳ ଦୁତିଆ ବନଛୋରଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମକୁ ସଂଘ ସଭାପତି ନମିତା ରଣା ପରିଚାଳନା କରିଥିଲେ । ଯୋଗଗୁରୁ ଉପେନ୍ଦ୍ର ସାହୁ ଯୋଗ ଦେଇ ଯୋଗର ଉପକାରିତା ଉପରେ ଆଲୋକପାତ କରିବା ସହ ଯୋଗ ଶିକ୍ଷା କରିଥିଲେ । କାଯ୍ୟକ୍ରମ ପରିଚାଳନାରେ ନେହେରୁ ଯୁବ ସଂଘର ସଦସ୍ୟ ସହଯୋଗ କରିଥିଲେ ।

ପାରାଦୀପରେ ପାଳନ କରାଯାଇଛି ବିଶ୍ୱ ଯୋଗ ଦିବସ :

paradeepପାରାଦୀପରେ ମଧ୍ୟ ପାଳନ କରାଯାଇଛି ବିଶ୍ୱ ଯୋଗ ଦିବସ। ଅଫିସର୍ସ କ୍ଲବ ଓ ଗୋପବନ୍ଧୁ ଷ୍ଟାଡିୟମ୍‌ ଠାରେ ପାରାଦୀପ ବନ୍ଦର ପକ୍ଷରୁ ଯୋଗ ଶିବିରିର ଆୟୋଜନ କରାଯାଇଛି। ପତଞ୍ଜଳି ଯୋଗ ସମିତି, କେନ୍ଦ୍ରୀୟ ବିଦ୍ୟାଳୟ, ପାରାଦୀପ ଲେଡିଜ୍‌ କ୍ଲବ ସମେତ ବିଭିନ୍ନ ସ୍ୱେଛାସେବୀ ସଙ୍ଗଠନ ମଧ୍ୟ ଏହି ଯୋଗ ଶିବିରରେ ସାମିଲ ହୋଇଥିଲେ।

ଯାଜପୁର ସଂସ୍କୃତି ଭବନ ପରିସରରେ ଯୋଗ ଶିବିର :

yogaଏହି ଅବସରରେ ଯାଜପୁର ସଂସ୍କୃତି ଭବନ ପରିସରରେ ମଧ୍ୟ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି । ଯାଜପୁର ଡି ଆର ଡି ଏ ପ୍ରକଳ୍ପ ନିର୍ଦ୍ଧେଶକ ମନୋଜ କୁମାର ବେହେରା ପ୍ରଦୀପ ପ୍ରଜ୍ଜୋଳନ କରି ଆନୁଷ୍ଠାନିକ ଭାବେ ଏହି ଯୋଗ ଶିବିର ଉଦଘାଟନ କରିଥିଲେ । ଏହି ଶିବିରରେ ଅତିରିକ୍ତ ଜିଲାପାଳ ମିହିର ପ୍ରସାଦ ମହାନ୍ତି,ସୂଚନା ଲୋକ ସର୍ମ୍ପକ ଅଧିକାରୀ ସନ୍ତୋଷ କୁମାର ସେଠୀ ଓ ଶିକ୍ଷାବିତ ପ୍ରଫୁଲ୍ଲ କୁମାର ସାମାଲ ପ୍ରମୁଖ ଯୋଗ ଦେଇ ମଣିଷ ଜୀବନରେ ଯୋଗର ଆବଶ୍ୟକତା ସର୍ମ୍ପକରେ ଆଲୋକପାତ କରିଥିଲେ । ମଣିଷ ଜୀବନକୁ ସୁସ୍ଥ ଓ ନିରୋଗ ରଖିବାରେ ଯୋଗ ସହାୟକ ହୋଇଥାଏ । ଏହି ଅବସରରେ ପତଂଜଳୀ ଯୋଗ ଶିବିର,ଜିଲା ପ୍ରଶାସନ, ବରିଷ୍ଠ ନାଗରିକ ମଂଚ,ଇନଟାକ,ସ୍କାଉଟ୍ସ ଗାଇଡ୍ସ ଓ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ର ଛାତ୍ରୀ ଯୋଗ ଦେଇ ଯୋଗ ଅଭ୍ୟାସ କରିଥିଲେ । ଏହି ଶିବିରକୁ ଯୋଗ ଗୁରୁ ମନ୍ମଥ ସାମଲ, ସୁବାଷ ତ୍ରୀପାଠୀ, ଗୋପିନାଥ ସେଠୀ ପରିଚାଳନା କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.