ଯୋଗ ଅନୁଶାସନ ଓ ସମର୍ପଣ, ଏହା କେବଳ ମଣିଷକୁ ସୁସ୍ଥ ରଖିନଥାଏ ବରଂ ସକାରାତ୍ମକ ଭାବ ଉତ୍ପନ୍ନ କରିଥାଏ : ପ୍ରଧାନମନ୍ତ୍ରୀ

ରାଞ୍ଚି : ଆଜି ଅନ୍ତର୍ଜାତୀୟ ଯୋଗ ଦିବସ । ପାଳନ ହେଉଛି ବିଶ୍ୱବ୍ୟାପୀ ୫ମ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ। ଚଳିତ ଥରର ଥିମ ରହିଛି କ୍ଲାଇମେଟ ଆକ୍ସନ। ସେଥିପାଇଁ ସାରା ବିଶ୍ୱ ଏବେ ଯୋଗ ମୁଦ୍ରାରେ । ସବୁଠି ଚାଲିଛି ଯୋଗ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେଦ୍ର ମୋଦି ରାଞ୍ଚି ଠାରେ ମୁଖ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଯୋଗ ଅନୁଶାସନ ଓ ସମର୍ପଣ ବୋଲି କହିଛନ୍ତି ମୋଦି। ଏହା କେବଳ ମଣିଷକୁ ସୁସ୍ଥ ରଖିନଥାଏ ବରଂ ସକାରାତ୍ମକ ଭାବ ଉତ୍ପନ୍ନ କରିଥାଏ ବୋଲି କହିଛନ୍ତି। ଶରୀର ଏବଂ ମନକୁ ସୁସ୍ଥ ରଖିବା ପାଇଁ ଯୋଗ ହିଁ ଏକମାତ୍ର ମାଧ୍ୟମ । ଏହି ଭାରତୀୟ ବିଜ୍ଞାନକୁ ସାରା ବିଶ୍ୱ ଏବେ ଆପଣାଇ ନେଇଛି । ରାଞ୍ଚିରେ ମୋଦିଙ୍କ ସହ ୪୦ ହଜାର ଲୋକ ଯୋଗରେ ଭାଗ ନେଇଛନ୍ତି। ଦେଶର ବିଭିନ୍ନ ସ୍ଥାନରେ ପାଳିତ ହେଉଥିବା ଯୋଗ ଦିବସରେ ୧୩କୋଟିରୁ ଅଧିକ ଲୋକ ଭାଗ ନେଇଛନ୍ତି। ସେହିପରି ରୋହତକରେ ଅମିତ ଶାହା, ନୂଆଦିଲ୍ଲୀର ରାଜପଥରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଯୋଗ ଦିବସରେ ଭାଗ ନେଇଛନ୍ତି। ନାଗପୁରେ ନୀତିନ ଗଡ଼କରୀ ଯୋଗ ଦିବସରେ ସାମିଲ ହୋଇଛନ୍ତି। ସେହିପରି ବିଭିନ୍ନ ସ୍ଥାନରେ ଯବାନମାନଙ୍କ ପକ୍ଷରୁ ଜଳ, ସ୍ଥଳ ଆଉ ଆକାଶ ମାର୍ଗରେ ଯୋଗ ଚାଲିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.