Below header

୩୪ କୋଟି ଟଙ୍କାର ଗିନାକୁ ଟେନିସ ବଲ ରଖିବାକୁ ଦମ୍ପତି କରୁଥିଲେ ବ୍ୟବହାର, ଜାଣିଲା ପରେ ଉଡିଲା ହୋସ୍

ବେଳେ ବେଳେ ଆମ ଅଜାଣତରେ ଆମ ଘରେ ଥିବା ପୂରଣା ବସ୍ତୁ ଯେ ମୂଲ୍ୟବାନ ହୋଇପାରେ ତାହା ଆମେ ଜାଣିନଥାଉ। ଠିକ ସେହିଭଳି ଘଟଣା ଘଟିଛି ସ୍ବିଜରଲାଣ୍ଡର ଜଣେ ଦମ୍ପତିଙ୍କ ନିକଟରେ। ସେମାନେ ଜାଣିନଥିଲେ ଯେ, ସେମାନେ ଟେନିସ ବଲ ରଖିବା ପାଇଁ ବ୍ୟବହାର କରୁଥିବା ଏକ ଗିନା ୩୪ କୋଟି ଟଙ୍କା ମୂଲ୍ୟର ବୋଲି। ସେମାନଙ୍କର କହିବା କଥା ଥିଲା ଏହି ଗିନାଟିକୁ ଚିନକୁ ବୁଲିବାକୁ ଯାଇଥିବା ବେଳେ କିଣିଥିଲେ। ଏହି ଗିନାଟି ୧୭ଶହ ଶତାଦ୍ଧିର ବୋଲି ତାଙ୍କୁ ଜଣା ନଥିଲା। ଯାହା ତାଙ୍କୁ ନିଲାମ ବିଶେଷଜ୍ଞ ଜଣାଇଥିଲେ।

ଦମ୍ପତିଙ୍କ କହିବା କଥା ହେଲା ସେମାନେ ଏହି ଗିନାଟି ଏତେ ଦୁର୍ଲଭ ଓ ମୂଳ୍ୟବାନ ବୋଲି ଜାଣିନଥିଲେ। ସେମାନଙ୍କୁ ଏହା ବିଷୟରେ ସେତେବେଳେ ଜଣା ପଡିଥିଲା ଯେତେବେଳେ ସ୍ବିଜରଲାଣ୍ଡର ନିଲାମ ବିଶେଷଜ୍ଞ କିଛି ବସ୍ତୁର ନିଲାମ କରିବାକୁ ଆସିଥିଲେ। ସେହି ସମୟରେ ସେମାନେ ଗିନାକୁ ଦେଖି ଆଶ୍ଚର୍ଯ୍ୟଚକିତ ହୋଇଯାଇଥିଲେ।

ଦମ୍ପତିଙ୍କ କହିବା ମୁତାବକ ବର୍ଲିନ ମ୍ୟୁଜିୟମ ଗିନାଟିକୁ ରଖିବାକୁ ପ୍ରସ୍ତାବ ଦେଇଥିଲେ କିନ୍ତୁ ମ୍ୟୁଜିୟମର ଅଧିକାରୀ ଏହାକୁ ରଖିବାକୁ ମନା କରିଦେଇଥିଲେ। ଏହା ପରେ ସେହି ଦମ୍ପତି ବ୍ରିଟିସ୍ ନିଲାମୀ କମ୍ପାନୀକୁ ଫଟୋ ଦେଖାଇଥିଲେ କନ୍ତୁ ସେମାନେ ମଧ୍ୟ ଏହି ଗିନାକୁ ନିଲାମୀରେ ଅଂଶ କରିବାକୁ ସଫା ସଫା ମନା କରିଦେଇଥିଲେ।

ଉଭୟ ପ୍ରସ୍ତାବ ଖାରଜ ହେବା ପରେ ଦମ୍ପତି ଏହି ଗିନାକୁ ମାମୁଲି ଗିନା ଭାବି ଏହାକୁ ଟେନିସ ବଲ ରଖିବା ପାଇଁ ବ୍ୟବହାର କଲେ ଓ ଏହାକୁ ଘରର ସୋକେସରେ ରଖିଥିଲେ। ଯେତେବେଳେ ଏହାକୁ ସ୍ବିଜରଲାଣ୍ଡ ନିଲାମୀ ବିଶେଷଜ୍ଞ ନିଲାମୀରେ ରଖିଥିଲେ ସେତେବେଳେ ଏହାର ନିଲାମୀ ଡାକ ୩୪କୋଟି ଟଙ୍କାରେ ଯାଇ ପହଞ୍ଚିଥିଲା। ନିଲାମୀ କମ୍ପାନୀର କଲର ଏହାକୁ ତାଙ୍କ ଇଂଷ୍ଟାଗ୍ରାମ ପେଜରେ ଶେୟାର ମଧ୍ୟ କରିଥିଲେ।

ହଙ୍ଗକଙ୍ଗରେ ହୋଇଥିବା ନିଲାମୀରେ ଏହି ଦୂର୍ଲଭ ଗିନାକୁ ସର୍ବାଧିକ ୩୪ କୋଟିର ଡାକ ଚିନର ଜଣେ ବ୍ୟକ୍ତି ଲଗାଇଥିଲେ। ଏହି ଗିନାଟି ପିତ୍ତଳ ଧାତୁରେ ତିଆରି ହୋଇଛି ଯାହର ଦୁଇ ପାର୍ଶ୍ବରେ ଫୋନିକ୍ ହୋଡ ତିଆରି କରାଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.