Below header

ବର୍ଷାରେ ଛମ-ଛମ ନାଚିଲେ ବାହୁବଳୀ ଅଭିନେତ୍ରୀ ତମନ୍ନା, ଭିଡିଓରେ ଦେଖନ୍ତୁ କିପରି କରୁଛନ୍ତି ମସ୍ତି

ମୁମ୍ବାଇ : ବାହୁବଳୀ ଫେମ୍ ଅଭିନେତ୍ରୀ ତମନ୍ନା ଭାଟିଆ ଏବେ ତାଙ୍କ ଆଗାମୀ ଫିଲ୍ମ ‘ବୋଲେ ଚୁଡିୟାଁ’ଙ୍କୁ ନେଇ ବେଶ ଚର୍ଚ୍ଚାରେ ଅଛନ୍ତି। ଏପରି ସମୟରେ ଗତକାଲି ମୁମ୍ବାଇରେ ବର୍ଷା ହୋଇଥିବା ବେଳେ ସେହି ସମୟର ତମନ୍ନାଙ୍କ ରେନ୍ ଡ୍ୟାନ୍ସ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓରେ ତମନ୍ନା ଅବିକଳ ଛୋଟ ଛୁଆଙ୍କ ଭଳି ନାଚୁଥିବାର ଦେଖାଯାଇଛନ୍ତି। ତମନ୍ନାଙ୍କ ଡ୍ୟାନ୍ସ ତାଙ୍କ ଫ୍ୟାନ୍ସଙ୍କୁ ଖୁବ ପସନ୍ଦ ଆସିଛି ଫଳରେ ଭିଡିଓଟି ଖୁବ ଶୀଘ୍ର ଭାଇରାଲ ହେଉଛି।

ପୋଷ୍ଟରେ ତିନିଟି ଭିଡିଓ ଏକା ସହିତ ଶେୟାର ହୋଇଛି। ତିନିଟି ଭିଡିଓରେ ତମନ୍ନାଙ୍କ ଭିନ୍ନଭିନ୍ନ ଅନ୍ଦାଜ ଦେଖିବାକୁ ମିଳିଛି। ଅଭିନେତ୍ରୀ ସୋସିଆଲ ମିଡିଆରେ ଖୁବ ଆକ୍ଟିଭ ରହିଥାନ୍ତି। ସେ ସମୟ ବ୍ୟବଧାନରେ ନିଜ ଆକାଉଣ୍ଟରେ ଫଟୋ ଏବଂ ଭିଡିଓ ଆଦି ଶେୟାର କରିଥାନ୍ତି।


ଆପଣଙ୍କୁ ଜଣାଇବାକୁ ଚାହିଁବୁ ତମନ୍ନାଙ୍କ ଆଗମୀ ଫିଲ୍ମ ‘ବୋଲେ ଚୁଡିଆଁ’ର ମୁଖ୍ୟ ଅଭିନେତ୍ରୀ ଭାବେ ପ୍ରଥମେ ମୋନି ରଏଙ୍କୁ ଚୟନ କରାଯାଇଥିଲା। କିନ୍ତୁ କିଛି ବିବାଦ ପାଇଁ ତାଙ୍କ ସ୍ଥାନରେ ପରେ ତମନ୍ନାଙ୍କୁ ସାଇନ କରାଯାଇଥିଲା। ତେବେ ଫିଲ୍ମରେ ତମନ୍ନାଙ୍କୁ ନବାଉଜଦ୍ଦିନ ସିଦ୍ବିକୀଙ୍କ ସହ ମୁଖ୍ୟ ଭୂମିକାରେ ନଜର ଆସିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.