Below header

‘ଗୋଟିଏ ଦେଶ, ଗୋଟିଏ ରାସନ କାର୍ଡ’ ଯୋଜନା ଆଣିବେ ମୋଦି ସରକାର

କେନ୍ଦ୍ର ସରକାର ଅତିଶୀଘ୍ର ଗୋଟିଏ ଦେଶ ଗୋଟିଏ ରାସନ କାର୍ଡ ଯୋଜନା ଲାଗୁ କରିବାକୁ ଯାଉଛନ୍ତି । ‘ଗୋଟିଏ ଦେଶ-ଗୋଟିଏ ନିର୍ବାଚନ’ ଲାଗୁ କରାଯିବା ସପକ୍ଷରେ ମୋଦି ସରକାର ବିଚାର କରୁଛନ୍ତି। ଏବେ ସମାନ ନୀତିରେ ସରକାର ଆଣିବାକୁ ଯାଉଛନ୍ତି ‘ଗୋଟିଏ ଦେଶ, ଗୋଟିଏ ରାସନ କାର୍ଡ’ ଯୋଜନା।  ଏହା ଦ୍ୱାରା ଜଣେ ଉପଭୋକ୍ତା ଦେଶର ଯେ କୌଣସି ଦୋକାନରୁ ଚାଉଳ, ଗହମ ଆଦି ଆଣି ପାରିବେ। ଖୁବ୍‌ ଶୀଘ୍ର ମୋଦି ସରକାର ଦେଶବାସୀଙ୍କୁ ଏଭଳି ଏକ ଯୋଜନା ଭେଟି ଦେବାକୁ ଯାଉଛନ୍ତି ବୋଲି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରାମବିଲାସ ପାସଓ୍ୱାନ ଶୁକ୍ରବାର ରାଜ୍ୟସଭାରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ବେଳେ ଏହା କହିଛନ୍ତି।

paswanଏହି ଯୋଜନାକୁ କ୍ୟାସଲେସ୍‌ କରିବା ପାଇଁ ଚିନ୍ତା କରାଯାଉଛି ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି। ଏହି ଅବସରରେ ମନ୍ତ୍ରୀ ଶ୍ରୀ ପାସଓ୍ୱାନ ସ୍ପଷ୍ଟ କରିଥିଲେ ଯେ ପିଡିଏସ୍‌ ଉପଭୋକ୍ତା ହେବା ପାଇଁ ଆଧାର କାର୍ଡ ଅନିବ।ର୍ଯ୍ଯ ନୁହେଁ।

ଏହା ଆଧାରରେ ସହରାଞ୍ଚଳର ୫୦ ପ୍ରତିଶତ ଏବଂ ଗ୍ରାମାଞ୍ଚଳର ୭୫ ପ୍ରତିଶତ ଦୋକାନରେ ସାର୍ବଜନୀନ କରାଯିବ। ଦେଶର ଦୁଇ ତୃତୀୟାଂଶ ଲୋକଙ୍କୁ ପିଡିଏସରେ ସାମିଲ କରାଯାଇ କେଜି ପିଛି ଦୁଇ ଟଙ୍କା ଦରରେ ଗହମ ଏବଂ ତିନି ଟଙ୍କା ଦରରେ ଚାଉଳ ଯୋଗାଇ ଦିଆଯିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.