ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ଅଧ୍ୟକ୍ଷତାରେ ସରକାରୀ କଲେଜ ଅଧ୍ୟାପକ ଓ ଅଧ୍ୟାପିକାଙ୍କ ବୈଠକ

କେନ୍ୟୁଜ୍: ଉଚ୍ଚଶିକ୍ଷାରେ ସଂସ୍କାର ନେଇ ବୈଠକ। ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ୫୨ଟି ସରକାରୀ କଲେଜର ଅଧ୍ୟକ୍ଷ ଓ ଅଧ୍ୟକ୍ଷାଙ୍କ ସହ ଆଲୋଚନା କରୁଛନ୍ତି। ବୈଠକରେ ବିଶେଷ କରି ମଡେଲ ସିଲାବସ ଲାଗୁ ଓ ଏକକ ପରୀକ୍ଷା ବ୍ୟବସ୍ଥା ନେଇ ବିଚାରବିମର୍ଶ କରାଯାଉଥିବା ସୂଚନା ମିଳିଛି। କଲେଜ ଭିତ୍ତିଭୂମିକୁ ସୁଦୃଢ଼ କରିବା, ଖାଲି ପଡ଼ିଥିବା ଅଧ୍ୟାପିକ ଓ ଅଧ୍ୟାପିକାଙ୍କ ପଦବୀ ପୂରଣ ଉପରେ ବି ଆଲୋଚନା କରାଯାଉଛି। ଶିକ୍ଷା ବ୍ୟବସ୍ଥାକୁ କିଭଳି ଅଧିକ ସୁଦୃଢ ଓ ସରଳିକରଣ କରାଯିବ, ସେନେଇ ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କର ମତାମତ ନିଆଯାଉଛି। ସେହିପରି ଅଧ୍ୟକ୍ଷ ଓ ଅଧ୍ୟକ୍ଷାମାନେ ଯେଉଁଭଳି ଦୈନିକ ୮ ଘଣ୍ଟା ଡ୍ୟୁଟି କରିବେ ତାହା ଉପରେ ଗୁରୁତ୍ୱ ଦିଆଯାଉଛି। ଏହାଦ୍ୱାରା ଉଚ୍ଚଶିକ୍ଷା କ୍ଷେତ୍ରରେ ସଂସ୍କାର ଆସିବ। ଏହା ବ୍ୟତୀତ କଲେଜ କ୍ୟାମ୍ପସରେ ଅଣଛାତ୍ରଙ୍କ ପ୍ରବେଶକୁ କିଭଳି ରୋକାଯିବ ତାଉପରେ ବି ଆଲୋଚନା କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.