ଦେଶରେ ୫୦କୋଟିରୁ ଅଧିକ ଲୋକଙ୍କ ପାଖରେ ରହିଛି ସ୍ମାର୍ଟ ଫୋନ, ୨୦୧୯ରେ ବଢିଛି ୧୫ ପ୍ରତିଶତ ବ୍ୟବହାର

ନୂଆଦିଲ୍ଲୀ: ଦେଶରେ ୫୦କୋଟିରୁ ଅଧିକ ଲୋକ ସ୍ମାର୍ଟ ଫୋନ ବ୍ୟବହାର କରୁଛନ୍ତି । ଅର୍ଥାତ ୭୭ ପ୍ରତିଶତ ଲୋକ ସ୍ମାର୍ଟ ଫୋନ ମାଧ୍ୟମରେ ୱେରଲେସ ବ୍ରଡବ୍ୟାଣ୍ଡ ଇଣ୍ଟରନେଟ ସେବା ପାଉଛନ୍ତି । ୨୦୧୮ ତୁଳନାରେ ସ୍ମାର୍ଟ ଫୋନର ବ୍ୟବାହାର ୨୦୧୯ରେ ୧୫ ପ୍ରତିଶତ ବଢିଛି । ରିଏଲ୍ ମି, ଜିଓମି ମାର୍କେଟକୁ ଆସିବା ପରେ ଭାରତରେ ସ୍ମାର୍ଟ ଫୋନର ବହୁଳ ବ୍ୟବହାର ହୋଇଛି । ୨୦୧୯ ଡିସେମ୍ବର ମାସରେ ମାର୍କେଟ ରିସର୍ଚ୍ଚ ସଂସ୍ଥା ଟେକ୍ଆର୍କ ପକ୍ଷରୁ କରାଯାଇଥିବା ସର୍ଭେରୁ ଏହି ତଥ୍ୟ ହସ୍ତଗତ ହୋଇଛି ।
୫ହଜାରରୁ ୧୦ ହଜାର ଟଙ୍କା ମଧ୍ୟରେ ସ୍ମାର୍ଟ ଫୋନର ଭଲ ସେଗ୍ମେଣ୍ଟ ମାର୍କେଟରେ ଉପଲବ୍ଧ ହେଉଛି। କମ୍ ଦାମରେ ଭଲ ସ୍ମାର୍ଟ ଫୋନ ଉପଲବ୍ଧ ଫଳରେ ୱେରଲେସ ବ୍ରଡବ୍ୟାଣ୍ଡ ଇଣ୍ଟରନେଟ ସେବା ପାଇବା ଏବେ ସହଜ ହୋଇଛି । ଅନଲାଇନ ଓ ଅଫ୍ ଲାଇନ ଚାନେଲ ମଧ୍ୟ ଉପଲବ୍ଧ ହେଉଛି । ୪ ଜି ମଧ୍ୟ ଆକର୍ଷଣୀୟ ହୋଇଥିବାରୁ ସ୍ମାର୍ଟ ଫୋନର ଚାହିଦା ବଢିଥିବା କହିଛନ୍ତି ଟେକ୍ଆର୍କର ମାର୍କେଟିଂ ରିସର୍ଚ୍ଚ ସଂସ୍ଥାର ସଂସ୍ଥାପକ ଫୈସାଲ କାୱ୍ଵାସା।