India post payments bank ରେ ୬୫୦ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ସରକାରୀ ଚାକିରି ଖୋଜୁଥିବା ଯୁବପିଢିଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଇଣ୍ଡିଆ ପୋଷ୍ଟ ପେମେଣ୍ଟସ ବ୍ୟାଙ୍କ ଲିମିଟେଡ୍‌ (IPPB), ଡାକ ବିଭାଗ, ଦୂର ସଂଚାର ମନ୍ତ୍ରଣାଳୟ ତରଫରୁ ଗ୍ରାମୀଣ ଡାକ ସେବକ ପଦବୀରେ ଭର୍ତ୍ତି କରାଯାଉଛି। ତେଣୁ ଏଠାରେ ପ୍ରାର୍ଥୀ ଆବେଦନ କରିବାକୁ ଚାହୁଁଥିଲେ, IPPB ର ଅଫିସିଆଲ େଓ୍ଵବସାଇଟ୍‌ippbonline.com କୁ ଯାଇ ଆବେଦନ କରିପାରିବେ। ଏହିସବୁ ପଦବୀରେ ଆବେଦନ କରିବାର ଶେଷ ତାରିଖ ୨୭ ମଇ ୨୦୨୨ ରହିଛି।

ପଦବୀ ବିବରଣୀ: ୬୫୦

ଆନ୍ଧ୍ରପ୍ରଦେଶ: ୩୪
ଆସାମ: ୨୫
ବିହାର: ୭୬
ଛତିଶଗଡ: ୨୦
ଦିଲ୍ଲୀ: ୪
ଗୁଜୁରାଟ: ୩୧
ହରିୟାଣା: ୧୨
ହିମାଚଳପ୍ରଦେଶ : ୯
ଜାମ୍ମୁ କାଶ୍ମୀର: ୫
ଝାରଖଣ୍ଡ: ୮
କର୍ଣ୍ଣାଟକ: ୪୨
କେରଳା: ୭
ମଧ୍ୟପ୍ରଦେଶ: ୩୨
ଓଡିଶା: ୨୦
ପଞ୍ଜାବ: ୭୮
ତେଲେଙ୍ଗାନା: ୨୧
ତାମିଲନାଡୁ: ୪୫
ଉତ୍ତରପ୍ରଦେଶ : ୮୪
ଉତ୍ତରାଖଣ୍ଡ: ୩
ପଶ୍ଚିମବଙ୍ଗ: ୩୩
ନର୍ଥ ଇଷ୍ଟ: ୧୫

ଜରୁରୀ ତାରିଖ: ଆବେଦନ କରିବାର ତାରିଖ ୧୦ ମଇ ୨୦୨୨ରୁ ଆରମ୍ଭ ହୋଇଥିବା ବେଳେ ଶେଷ ତାରିଖ ୨୭ ମଇ ୨୦୨୨ ରହିଛି।

ଶିକ୍ଷାଗତ ଯୋଗ୍ୟତା : ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟ/ ସଂସ୍ଥା/ ବୋର୍ଡରୁ ଗ୍ରାଜୁଏସନ ପାସ୍‌ କରିଥିବା ଜରୁରୀ। ଏହା ସହିତ ଜିଡିଏସ୍‌ ଭାବେ ୨ ବର୍ଷ କାମ କରିବାର ଅଭିଜ୍ଞତା ଥିବା ଜରୁରୀ।

ବୟସ ସୀମା: ପ୍ରାର୍ଥୀଙ୍କ ବୟସ ୨୦ରୁ ୩୫ ବର୍ଷ ହେବା ଜରୁରୀ।

india post

ଆବେଦନ ଶୁଳ୍କ : ଆବେଦକାରୀଙ୍କୁ ୭୦୦ ଟଙ୍କା ଶୁଳ୍କ ଦେବାକୁ ହେବ।

ଦରମା : ଆବେଦନକାରୀଙ୍କୁ ମାସିକ ଦରମା ୩୦ ହଜାର ଟଙ୍କା ମିଳିବ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍‌ କରନ୍ତୁ :

https://ibpsonline.ibps.in/ippbgdsapr22/

careerpower.in/ippb.html