Below header

ଆଉ ହାତରେ ଧରି ବୁଲିବା ଦରକାର ନାହିଁ ଗାଡିର କାଗଜ ପତ୍ର, ଏଣିକି ହ୍ଵାଟ୍ସଆପରେ ଆକ୍ସେସ କରିପାରିବେ ଡିଜିଲକର

ଘରୁ ବାହାରିବା ସମୟରେ ଆଉ ସାଥିରେ ଗାଡିର ପେପର ଧରି ଯିବା ଦରକାର ନାହିଁ। ସବୁବେଳେ ସାଥିରେ ଗାଡିର କାଗଜପତ୍ର ଧରିବାର ଆଉ ନାହିଁ ଆବଶ୍ୟକତା। କାହିଁକିନା ଏବେ ଆପଣଙ୍କ ଏହି ସମସ୍ୟାର ସମାଧାନ ଆଣିଛନ୍ତି ସରକାର। ପୁଣି ଖାସ୍‌ କରି ହ୍ଵାଟ୍ସଆପ୍‌ ୟୁଜର୍ସଙ୍କ ପାଇଁ। ସୂଚନା ଏବଂ ଟେକନିକ୍‌ ମନ୍ତ୍ରାଳୟ ହ୍ଵାଟ୍ସଆପ୍‌ ୟୁଜର୍ସଙ୍କ ପାଇଁ ଏକ ନୂଆ ସୁବିଧା ଆରମ୍ଭ କରିଛନ୍ତି। ଆଉ ଏହି ନୂଆ ଫିଚର୍ସର ବ୍ୟବହାର କରି ଆପଣ ନିଜ ମୋବାଇଲରେ ଡ୍ରାଇଭିଙ୍ଗ୍‌ ଲାଇସେନ୍ସ, ରେଜିଷ୍ଟ୍ରେସନ ସାର୍ଟିଫିକେଟ ସମେତ ଅନେକ ଡକ୍ୟୁମେଣ୍ଟ ଡାଉନଲୋଡ କରିପାରିବେ। ଅର୍ଥାତ୍‌ ଡିଜିଲକରର ସମସ୍ତ ସୁବିଧା ଏବେ ଆପଣଙ୍କ ହ୍ଵାଟ୍ସଆପରେ। ତାହେଲେ ଆସନ୍ତୁ ଆଉ ଡେରି ନକରି ଜାଣିବା ଏହି ନୂଆ ଆଉ ବଢ଼ିଆ ଫିଚର୍ସର ୟୁଜ୍‌ ଆପଣ କେମିତି କରିବେ।

ଏପରି ଡାଉନଲୋଡ୍‌ କରନ୍ତୁ ନିଜର ଡକ୍ୟୁମେଣ୍ଟ

  • ସର୍ବପ୍ରଥମେ ଆପଣଙ୍କୁ +91 9013151515 ନମ୍ବରରେ Namaste, Hello କିମ୍ବା Hi ନଚେତ Digilocker ଲେଖି ସେଣ୍ଡ କରିବାକୁ ହେବ।
  • ଏହାପରେ ଆପଣଙ୍କୁ ପ୍ରଶ୍ନ କରାଯିବ DigiLocker ଆକାଉଣ୍ଟ ଆକ୍ସେସ କରିବାର ଅଛି ନା Cowin ସର୍ଭିସ୍‌।
  • ଯଦି ଆପଣ ଡିଜିଲକର ଚୟନ କରୁଛନ୍ତି ତାହେଲେ ଆପଣଙ୍କୁ ପ୍ରଶ୍ନ କରାଯିବ ଆପଣଙ୍କର ପୂର୍ବରୁ ଆକାଉଣ୍ଟ ଅଛି ନା ନାହିଁ।
  • ଯଦି ଡିଜିଲକରରେ ଆପଣଙ୍କ ଆକାଉଣ୍ଟ ପୂର୍ବରୁ ରେଜିଷ୍ଟର୍ଡ ଥାଏ ତାହେଲେ ଆପଣଙ୍କ ମୋବାଇଲ ନମ୍ବରକୁ ଏକ OTP ଆସିବ। ଯାହାକୁ ଆପଣଙ୍କୁ ସବମିଟ୍‌ କରିବାକୁ ହେବ।
  • ଏହାପରେ ଆପଣ ନିଜ ଡକ୍ୟୁମେଣ୍ଟ ଡିଜିଲକରରେ ଅପଲୋଡ କରିପାରିବେ।
  • ଯଦି ଆପଣ ପୂର୍ବରୁ ନିଜର ଡକ୍ୟୁମେଣ୍ଟ ଅପଲୋଡ୍‌ କରି ରଖିଛନ୍ତି ତାହେଲେ ଏଠାରେ ଡାଉନଲୋଡ ମଧ୍ୟ କରିପାରିବେ।

ଆପଣ ହ୍ଵାଟ୍ସଆପ୍‌ ଜରିଆରେ ଡ୍ରାଇଭିଙ୍ଗ ଲାଇସେନ୍ସ, ଗାଡି ରେଜିଷ୍ଟ୍ରେସନ ସାର୍ଟିଫିକେଟ, ଇନସୁରାନ୍ସ ସାର୍ଟିଫିକେଟ, ପାନ୍‌ କାର୍ଡ, ସିବିଏସଇର ଦଶମ ଏବଂ ଦ୍ୱାଦଶ ସାର୍ଟିଫିକେଟ ଏବଂ ଜୀବନ ବୀମା ସାର୍ଟିଫକେଟ ଡାଉନଲୋଡ କରି ରଖିପାରିବେ। ଖୋଲାଖୋଲି ଅର୍ଥରେ କହିବାକୁ ଗଲେ ଏବେ ଆପଣଙ୍କୁ ଏହି କାଗଜପତ୍ର ସବୁକୁ ଆଉ ହାତରେ ଧରି ଯିବାର ଆବଶ୍ୟକତା ନାହିଁ। ଏବେ ଆପଣ ଚାହିଁବେ ତ ହ୍ଵାଟ୍ସଆପ୍‌ ଜରିଆରେ MyGov Helpdeskକୁ ଏକ ମେସେଜ୍‌ ପଠାଇ ଏହି ଡକ୍ୟୁମେଣ୍ଟସକୁ ମୋବାଇଲ ଫୋନରେ ଡାଉନଲୋଡ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.