Below header

RBI କଟକଣା ପରେ ୟେସ୍‌ ବ୍ୟାଙ୍କ ସେୟାରରେ ଭୟଙ୍କର ହ୍ରାସ, ଗୋଟିଏ ଦିନରେ ୮୫ ପ୍ରତିଶତ ଖସିଲା ସେୟାର

ବଡ଼ ସଙ୍କଟରେ ୟେସ୍‌ ବ୍ୟାଙ୍କ । ଗତକାଲି ବ୍ୟାଙ୍କ ଜମା ଉଠାଣରେ ଆରବିଆଇ କଟକଣା ଜାରି କରିବା ପରେ ଆଜି ସେୟାରରେ ଭୟଙ୍କର ହ୍ରାସ ଦେଖିବାକୁ ମିଳିଛି । ଗୋଟିଏ ଦିନରେ ବ୍ୟାଙ୍କର ସେୟାର ୮୫ ପ୍ରତିଶତ ଖସି ସର୍ବାଧିକ ନିମ୍ନ ସ୍ତରରେ ପହଞ୍ଚିଛି । ଆଜି କାରବାର ଆରମ୍ଭ ପୂର୍ବରୁ ସେୟାରର ମୂଲ୍ୟ ୩୬ ଟଙ୍କା ୮୦ ପଇସା ଥିବା ବେଳେ ଦିନର ମଧ୍ୟଭାଗରେ ସେୟାର ହ୍ରାସ ଘଟି ୫ ଟଙ୍କା ୬୫ ପଇସାରେ ପହଞ୍ଚିଥିଲା । ୟେସ୍‌ ବ୍ୟାଙ୍କକୁ ନେଇ ନିବେଶକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଥିବାରୁ ସେୟାର ବିକ୍ରି କରିଦେବାରୁ ଏଭଳି ଜବରଦସ୍ତ ହ୍ରାସ ଦେଖାଦେଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.