ନାରୀ ଅବଳା ନୁହେଁ, ପ୍ରବୀଣା: ସବୁ କ୍ଷେତ୍ରରେ ସମ୍ଭାଳିଥାଏ ଗୁରୁ ଦାୟିତ୍ୱ

ଭାରତୀୟ ସଂସ୍କୃତିରେ ନାରୀର ସମ୍ମାନକୁ ମହତ୍ତ୍ୱ ଦିଆଯାଇଛି। ଯେଉଁ ନାରୀକୁ ପୂଜା କରାଯାଏ, ସେଠି ସ୍ୱୟଂ ଦେବତା ବାସ କରନ୍ତି। କିନ୍ତୁ ବର୍ତ୍ତମାନ ଆମ ସମାଜରେ ଯେଭଳି ସ୍ଥିତି ଦେଖିବାକୁ ମିଳୁଛି, ସବୁ ଜାଗାରେ ନାରୀକୁ ଅପମାନ କରାଯାଉଛି। ତାକୁ ‘ଭୋଗ୍ୟ ବସ୍ତୁ’ ଭାବି ପୁରୁଷ ନିଜ ଇଚ୍ଛାରେ ବ୍ୟବହାର କରୁଛି, ଯାହାକି ବହୁତ ଚିନ୍ତାଜନକ ବିଷୟ। କିନ୍ତୁ ଆମ ସଂସ୍କୃତିକୁ ବଜାୟ ରଖିବାକୁ ଯାଇ ନାରୀର ସମ୍ମାନ କିପରି କରାଯିବ, ତାହା ଉପରେ ବିଚାର କରିବା ଜରୁରୀ।

c3

୧. ମା’ ସମ୍ମାନର ଅଧିକାରୀ

ମା’ ଅର୍ଥାତ୍‌ ଜନନୀ। ମା’ଙ୍କୁ ଈଶ୍ୱରଙ୍କଠାରୁ ବି ବଡ଼ ବୋଲି ବିଶ୍ୱାସ କରାଯାଏ। କାରଣ, ଈଶ୍ୱରଙ୍କ ଜନ୍ମଦାତ୍ରୀ ମଧ୍ୟ ନାରୀ ହିଁ ଥିଲେ। ହେଲେ ଆଜିକାଲି ସନ୍ତାନମାନେ ମା’ଙ୍କୁ ସେତିକି ଗୁରୁତ୍ୱ ଦେଉନାହାନ୍ତି। ସମସ୍ତେ ଧନ ଲାଳସା ଏବଂ ନିଜ ସାର୍ଥରେ ବୁଡ଼ି ରହିଛନ୍ତି। ଆମକୁ ଜନ୍ମ ଦେଇଥିବା ମା’ ରୂପରେ ନାରୀକୁ ସମ୍ମାନ ଦେବା ଅନିବାଯ୍ୟର୍ ଅଟେ।

୨. ବାଜି ମାରିନେଉଛନ୍ତି ଝିଅ

ଆଜିକାଲି ସବୁ କ୍ଷେତ୍ରରେ ଆଗରେ ଅଛନ୍ତି ଝିଅ। ବିଭିନ୍ନ ପରୀକ୍ଷାର ମେରିଟ୍‌ ଲିଷ୍ଟରେ ସେମାନଙ୍କ ନାଁରେ ଉପରେ ରହୁଛି। ଦିନ ଥିଲା, ସେମାନଙ୍କୁ ଦୁର୍ବଳ ରୂପେ ଗଣାଯାଉଥିଲା, କିନ୍ତୁ ନିଜ ଦକ୍ଷତା ଏବଂ ଅଧ୍ୟବସାୟ ବଳରେ ସେମାନେ ଆଜି ପ୍ରବୀଣତା ଅର୍ଜନ କରିନେଇଛନ୍ତି। ତେଣୁ ସେମାନଙ୍କ ପ୍ରତିଭାକୁ ସମ୍ମାନ ଦେବା ଉଚିତ।

w2

୩. କାନ୍ଧ ସହ କାନ୍ଧ ମିଳାଇ ଚାଲୁଛନ୍ତି ନାରୀ

ନାରୀର ପୂରା ଜୀବନ ପୁରୁଷ ସହିତ କାନ୍ଧରେ କାନ୍ଧ ମିଳାଇ ଚାଲିବାରେ ବିତିଯାଇଥାଏ। ପ୍ରଥମେ ବାପାଙ୍କ ଛତ୍ରଛାୟାରେ ପିଲାବେଳ କଟିଥାଏ। ଏହାର କ୍ରମ ବିବାହ ପଯ୍ୟର୍ନ୍ତ ଜାରି ରହିଥାଏ। ସେମାନଙ୍କୁ ଏହି ସମୟରେ ଘରର ବିଭିନ୍ନ କାଯ୍ୟର୍ ସହ ନିଜ ପାଠପଢ଼ାର ଦାୟିତ୍ୱ ମଧ୍ୟ ତୁଲାଇବାକୁ ପଡ଼ିଥାଏ। ଏଭଳି ସ୍ଥିତିରେ ଘରର ପୁଅମାନେ କେବଳ ପାଠ ହିଁ ପଢ଼ିଥାଆନ୍ତି। ତେଣୁ ବାପଘର କାଯ୍ୟର୍ ସହ ପାଠ ପଢ଼ୁଥିବା ଝିଅ ମଧ୍ୟ ସମ୍ମାନର ଅଧିକାରୀ।

w5

୪. ବିବାହ ପରେ

ବିବାହ ପରେ ମହିଳାମାନଙ୍କ ଉପରେ ଗୁରୁ ଦାୟିତ୍ୱ ଆସିଯାଇଥାଏ। ସ୍ୱାମୀ, ଶାଶୁ-ଶ୍ୱଶୁର, ଦିଅର-ନଣନ୍ଦଙ୍କ ସେବା କରୁ କରୁ ନିଜ ପାଇଁ ଟିକେ ସମୟ ବାହାର କରିବା ସମ୍ଭବ ହୋଇ ନ ଥାଏ। ପୁଣି ସନ୍ତାନଟିଏ ଜନ୍ମ ହେଲେ ଦାୟିତ୍ୱ ଆହୁରି ବଢ଼ିଯାଇଥାଏ। ବେଳେବେଳେ ଏହାରି ଭିତରେ ନିଜ ଆଶା ଆଶାରେ ହିଁ ରହିଯାଇଥାଏ। ପରିବାର ପାଇଁ ନିଜକୁ ସମ୍ପୂର୍ଣ୍ଣ ଉତ୍ସର୍ଗ କରିଦେବାରେ ଭାରତୀୟ ନାରୀ ଆଗରେ ରହିଥାଆନ୍ତି। ପରିବାର ପ୍ରତି ସେମାନଙ୍କ ତ୍ୟାଗ ହିଁ ସେମାନଙ୍କୁ ସମ୍ମାନର ଅଧିକାରୀ କରିଥାଏ।

w3

୫. ପିଲାଙ୍କୁ ସଂସ୍କାର ଶିଖାଇବା

ପିଲାଙ୍କୁ ସଂସ୍କାର ମା’ ହିଁ ଶିଖାଇଥାଏ। ପିଲାର ପ୍ରଥମ ଗୁରୁ ମା’ ହିଁ ହୋଇଥାଏ। ମା’ର ବ୍ୟକ୍ତିତ୍ୱ ଏବଂ କୃତିତ୍ୱର ପ୍ରଭାବ ସର୍ବଦା ପିଲା ଉପରେ ପଡ଼ିଥାଏ। ଭଲ ସଂସ୍କାର ଦେଇ ପିଲାଟିକୁ ମଣିଷ କରି ବଢ଼ିତୋଳିବା, ସମାଜରେ ଉଦାହରଣ ସୃଷ୍ଟି କରିବାରେ ନାରୀର ହିଁ ହାତ ରହିଥାଏ। ତେଣୁ ଏଭଳି ସ୍ଥିତିରେ ସେ ସମ୍ମାନନୀୟା।

aaa

୬. ନାରୀର ଅସ୍ମିତାକୁ ସମ୍ମାନ ଦେବା

ଆଜିକାଲି ସମାଜରେ ନାରୀଙ୍କ ପ୍ରତି ଅଶ୍ଳୀଳ ଆଚରଣ, ଅତ୍ୟାଚାର, ନିର୍ଯାତନା ଆଦି ବଢ଼ିଚାଲିଛି। ଯାହାର ଫଳ ସ୍ୱରୂପ ସମାଜ ଦିନକୁ ଦିନ କଳୁଷିତ ହେବାରେ ଲାଗିଛି। ତେଣୁ ନାରୀର ସମ୍ମାନ ଏବଂ ତା’ର ଅସ୍ମିତାକୁ ରକ୍ଷା କରିବା ପାଇଁ ଏ ଦିଗରେ ବିଚାର କରିବା ବହୁତ ଜରୁରୀ ଅଟେ। ନାରୀକୁ ସମ୍ମାନ ଦେଲେ ସମାଜ ଆଗକୁ ବଢ଼ିପାରିବ।

ତେଣୁ ଶେଷରେ ଆମେ ଏହା ହିଁ କହିବୁ, ସବୁ ମହିଳାଙ୍କୁ ସମ୍ମାନ ଦିଅନ୍ତୁ। କାରଣ, ନାରୀଟିଏ ଜନ୍ମ ଦେଲେ ହିଁ ଦୁନିଆରେ ଆପଣଙ୍କ ଅସ୍ତିତ୍ୱ ଆସିଥାଏ। ନାରୀକୁ ଅବହେଳା କରିବା କିମ୍ବା ଅପମାନ ଦେବା ସମାଜ ପାଇଁ ମଙ୍ଗଳ ହେବନି। ଭାରତୀୟ ସଂସ୍କୃତିରେ ନାରୀକୁ ଦେବୀ ଦୁର୍ଗା, ଲକ୍ଷ୍ମୀଙ୍କ ରୂପ ବୋଲି ବିଶ୍ୱାସ କରାଯାଏ। ତେଣୁ ସେମାନଙ୍କୁ ଉଚିତ ସମ୍ମାନ ଦେବା ବହୁତ ଜରୁରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.