Below header

ଝାଳ ଦ୍ବାରା ଏହି ଡିଭାଇସ ଜଣାଇବ, ଆପଣ କେତେ ପରିମାଣରେ ଅଛନ୍ତି ଚିନ୍ତାଗ୍ରସ୍ତ!

ବୈଜ୍ଞାନିକମାନେ ଏମିତି ଏକ ୱାଟର ପ୍ରୁଫ୍ ଡିଭାଇସ ବନାଇଛନ୍ତି ଯାହା ଆପଣଙ୍କ ସ୍କିନରେ ଲଗା ଯିବାପରେ ଏହି ଡିଭାଇସ ଆପଣଙ୍କ ଝାଳକୁ ଜାଞ୍ଚ କରି ସେକେଣ୍ଡ ମଧ୍ୟରେ ଜଣାଇଦେବ ଆପଣ କେତେ ଚିନ୍ତାଗ୍ରସ୍ଥରେ ଅଛନ୍ତି। ଏହି ଡିଭାଇସ ଏହା ସୂଚନାଦେବଯେ ଜଣେ ଲୋକ କେତେ ମାତ୍ରାରେ କୋର୍ଟିସୋଲ ବା ଚିନ୍ତାଗ୍ରସ୍ତ ହରମୋନକୁ ତ୍ୟାଗ କରୁଛି।

ମେଡିକାଲ ଲ୍ୟାବରେ ମଧ୍ୟ ଚିନ୍ତାଗ୍ରସ୍ତର ଜାଞ୍ଚ କରିବା ସମୟରେ କୋର୍ଟିସୋଲକୁ ମପା ଯାଇଥାଏ ଯାହା ମଣିଷ ଶରୀରରୁ ଦିନରାତି ବାହାରିଥାଏ। କୋର୍ଟିସୋଲ ସାହାଯ୍ୟରେ ଡାକ୍ତର ଜାଣିପାରନ୍ତିଯେ ରୋଗୀର ଏଡ୍ରିନାଲ ବା ପିଟ୍ୟୁଟାରୀ ଗ୍ରନ୍ଥି ଠିକ ଭାବରେ କାମ କରୁଛି କି ନାହିଁ। ବର୍ତ୍ତମାନ ଉପଲବ୍ଧ ହେଉଥିବା ପ୍ରକ୍ରୀୟା ଚିନ୍ତାଗ୍ରସ୍ତକୁ ଜାଣିବା ପାଇଁ ୨ରୁ୪ ଦିନ ସମୟ ଲାଗିଥାଏ। କିନ୍ତୁ ଏହି ନୂଆ ଡିଭାଇସ୍ ସେକେଣ୍ଡ ମଧ୍ୟରେ ଏହାର ପରିଣାମ ଜଣାଇ ଦେଇପାରିବ।

ଆମେରିକାର ଷ୍ଟେନଫୋର୍ଡ ବିଶ୍ବବିଦ୍ୟାଳୟରେ ପ୍ରମୁଖ ଲେଖକ କହନ୍ତି ’ଆମେ ସ୍ବତନ୍ତ୍ର ଭାବରେ ଝାଳକୁ ପରୀକ୍ଷା କରିବା ପାଇଁ ଏଥିପାଇଁ ନେଇଥାଉ କାରଣ ଏହା ଶାରୀରିକ ସ୍ଥିତି ବିଷୟରେ ସଠିକ ଭାବରେ ଜଣାଇଥାଏ। ଝାଳ ଦ୍ବାରା ରୋଗ ସମ୍ପର୍କରେ ସହଜରେ ଜଣାଯାଇ ପାରିବ।

ବିଶ୍ବବିଦ୍ୟାଳୟର ଟିମ ଏକ ଆୟତ୍ତାକାର ଆକ୍ରୁତିର ସେନ୍ସର ତିଆରି କରିଛନ୍ତି ଯାହାକୁ ଶରୀରରେ ଲଗାଯିବା ପରେ ଏହା ଝାଳକୁ ଜାଞ୍ଚ କରି ଚିନ୍ତାଗ୍ରସ୍ତର ସ୍ତର କେତେ ଅଛି ତାହା ଜଣାଇଥାଏ। ଏହି ଡିଭାଇସ ସମ୍ପୂର୍ଣ୍ଣ ଭାବରେ ୱାଟରପ୍ରୁଫ ଅଟେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.