ଦୁଇ ବର୍ଷ ହେବ ବ୍ୟାଙ୍କ୍ ଖାତାରେ ଟ୍ରାଞ୍ଜାକ୍ସନ୍ କରିନାହାଁନ୍ତି ? ତେବେ ହୋଇଯାଆନ୍ତୁ ସାବଧାନ

କଣ ଆପଣ ଗତ ଦୁଇ ବର୍ଷ ହେବ ବ୍ୟାଙ୍କ୍ ଖାତାରେ ନେଣ ଦେଣ କରିନାହାଁନ୍ତି କି ? ତେବେ ଏହି ଖବର ଖାସ୍ ଆପଣଙ୍କ ପାଇଁ । ଜରୁରୀ ସୂଚନା ଜାରି କରିଛି ଆଇସିଆଇଆଇ ବ୍ୟାଙ୍କ୍ । ଯେଉଁ ଖାତାରେ ଦୁଇ ବର୍ଷରୁ ଅଧିକ ସମୟ ଧରି ଟ୍ରାଞ୍ଜାକ୍ସନ୍ ହୋଇ ନାହିଁ ସେହି ବ୍ୟକ୍ତି ସହଜରେ ଠକେଇର ଶିକାର ହୋଇପାରନ୍ତି ।
ବ୍ୟାଙ୍କ୍ ମୂତାବକ ଏସବୁ ଖାତାକୁ ଡୋରମେଣ୍ଟ ଆକାଂଟ୍ କୁହାଯାଏ । କୌଣସି ସଂଚୟ ଖାତା ବା ଚାଲୁ ଖାତା ସେତେବେଳେ ଡୋରମେଣ୍ଟ କୁହାଇଥାଏ ଯେତେବେଳେ ସେଥିରେ ଦୁଇ ବର୍ଷରୁ ଅଧିକ ଧରି କୌଣସି ନେଣ ଦେଣ ହୋଇନଥାଏ । ଆଉ ଏହି ସବୁ ଆକାଉଂଟକୁ ଟାର୍ଗେଟ କରିଥାନ୍ତି ହ୍ୟାକର୍ସ । ଯେଉଁଥିରେ ସହଜରେ ସହଜରେ ଠକେଇ ହୋଇପାରିବ ।
କେବଳ ସେତିକି ନୁହେଁ ଏହି ସବୁ ଆକାଉଂଟରୁ ଆତଙ୍କବାଦୀଙ୍କୁ ଫଣ୍ଡିଙ୍ଗ ମଧ୍ୟ ସହଜ ହୋଇଥାଏ । ତେଣୁ ଆପଣଙ୍କର ଏମିତି କିଛି ଖାତା ଅଛି ତେବେ ଏହାକୁ ତୁରନ୍ତ ଆକ୍ଟିଭ୍ କରିବା ପାଇଁ କହିଛି ବ୍ୟାଙ୍କ୍ । ଏହା ସହ ଖାତାକୁ ସୁରକ୍ଷିତ ରଖିବା ପାଇଁ ସମୟ ସମୟରେ ପାସୱାର୍ଡ ବଦଳାନ୍ତୁ ।