ଫଟୋଗ୍ରାଫିରେ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ଗୌତମ

ମୂହୂର୍ତ୍ତକୁ ଚିରଦିନ ମନେ ରଖିବାର ସବୁଠାରୁ ଭଲ ଉପାୟ ହେଉଛି ଫଟୋ। ରାଜ୍ୟରେ ଏବେ ଫଟୋଗ୍ରାଫିର କ୍ରେଜ ଦିନକୁ ଦିନ ବଢ଼ିବାରେ ଲାଗିଛି। ଛୁଆଠୁ ଆରମ୍ଭ କରି ବୁଢ଼ା ପର୍ୟ୍ୟନ୍ତ ସମସ୍ତେ ନିଜର ସୁନ୍ଦର ଫଟୋ ଉଠାଇବା ପାଇଁ ସବୁବେଳେ ଉତ୍ସାହିତ ରହୁଛନ୍ତି। ତେବେ ଆଜି ଆମେ ଆପଣଙ୍କୁ ଜଣେ ଏମିତି ଫଟୋଗ୍ରାଫରଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ଓଡ଼ିଶା ପାଇଁ ଆନ୍ତର୍ଜାତୀକ ସ୍ତରରେ ଗୌରବ ସାଜିଛନ୍ତି। ସେ ହେଉଛନ୍ତି ‘ତସଭିରେଁ’ର ପ୍ରତିଷ୍ଠାତା ଗୌତମ ପ୍ୟାରିମୋହନ। ସେ ବର୍ତ୍ତମାନ ଜେନେରେସନର ଜଣେ ଜଣାଶୁଣା ଫଟୋଗ୍ରାଫର ପାଲଟିଛନ୍ତି। କହିବାକୁ ଗଲେ ଜୀବନର ବିଶେଷ ମୂହୂର୍ତ୍ତକୁ ତାଙ୍କ ଫଟୋରେ ଜୀବିତ କରାଇଥାନ୍ତି ଗୌତମ।

reward

 

ନିକଟରେ ଆନ୍ତର୍ଜାତୀକ ସ୍ତରରେ ହୋଇଥିବା ଆଇୱିନ୍ ଫଟୋଗ୍ରାଫି ପ୍ରତିଯୋଗିତାରେ ସେ ହାସିଲ କରିଛନ୍ତି ସଫଳତା। ଏହି ପ୍ରତିଯୋଗିତାରେ ୨୪ଟି ଦେଶର ପାଖାପାଖି ୫୦ହଜାରରୁ ଅଧିକ ପ୍ରତିଯୋଗୀ ସାମିଲ ହୋଇଥିଲେ। ଏଥିରେ ଗୌତମ ୱେଡ଼ିଂ ଏବଂ ପ୍ରିୱେଡ଼ିଂ ବିଭାଗରେ ନିଜର ଫଟୋକୁ ପର୍ୟ୍ୟବେଷଣ କରିଥିଲେ। ଏଥିରେ ସେ ହାସିଲ କରିଛନ୍ତି ବ୍ରୋଞ୍ଜ ପଦକ। ଖାଲି ତାହା ନୁହଁ ଏହା ପୂର୍ବରୁ ମଧ୍ୟ ଗୌତମ ଦୁଇ ଥର ରାଷ୍ଟ୍ରୀୟ ସ୍ତରରେ ନିଜ ଫଟୋଗ୍ରାଫି ପାଇଁ ପୁରସ୍କାର ପ୍ରାପ୍ତ କରିସାରିଛନ୍ତି।

Untitled

ନିଜର ଏହି ସଫଳତା ବିଷୟରେ ଗୌତମ କହିଛନ୍ତି “ମୁଁ ଏହାକୁ ମୋର ସଫଳତାର ପ୍ରଥମ ସ୍ତର ଭାବୁଛି। ମୁଁ ଆଗକୁ ଆହୁରୀ ମଧ୍ୟ ବହୁତ କିଛି କରିବା ପାଇଁ ସ୍ବପ୍ନ ଦେଖିଛି। ଏବେ ମୁଁ ମୋର ଫଟୋଗ୍ରାଫି ପାଇଁ ଭଳପାଇବାକୁ ଆହୁରୀ ଆଗକୁ ନେବାକୁ ଚାହୁଁଛି। ମୁଁ ୱେଡ଼ିଂ ଏବଂ ପ୍ରିଡ଼େିଂ ଫଟୋ ଉଠାଇବା ସହ ଜୀବନ ସହ ଜଡ଼ିତ ବାସ୍ତବିକ ଫଟୋ ଉଠାଇବାକୁ ବହୁତ ପସନ୍ଦ କରେ। ମୁଁ ମୋର ଖାଲି ସମୟରେ କିଛି ପାଠ ପଢ଼ୁଥିବା ଛାତ୍ରଛାତ୍ରୀ ଯେଉଁମାନଙ୍କର ଫଟୋଗ୍ରାଫିରେ ରୁଚି ରହିଛି ସେମାନଙ୍କୁ ଶିକ୍ଷା ଦେଇଥାଏ। ଏହା ଛଡ଼ା ମୁଁ ଅନେକ ବିବାହର ମଧ୍ୟ ଶୁଟିଂ ଦାୟିତ୍ବ ନେଉଛି। ମୁଁ ଓଡ଼ିଶାରେ ଫଟୋଗ୍ରାଫିର ଅର୍ଥ ଏବଂ ମହତ୍ତ୍ବକୁ ପରବର୍ତ୍ତନ କରିବା ଚେଷ୍ଟା କରୁଛି। ଆଶା କରୁଛି ଦିନେ ନା ଦିନେ ମୁଁ ନିଶ୍ଚିତ ଭାବେ ସଫଳତା ହାସଲ କରିବି” ।

brozen

ପ୍ରକୃତରେ ଗୌତମଙ୍କ ପିତା ଅଖିଳ ମୋହନ ଜଣେ ଫଟୋଗ୍ରାଫର। ଏଣୁ ତାଙ୍କର ପିଲାଟିବେଳୁ ଫଟୋ ଉଠାଇବା ପାଇଁ ବହୁ ଦୁର୍ବଳତା ରହିଛି। ଗୋଧୂଳି ଷ୍ଟୁଡ଼ିଓରୁ ଆରମ୍ଭ ହୋଇଥିବା ତାଙ୍କ ଫଟୋଗ୍ରାଫିର ଯାତ୍ରା ଏବେ ତସଭିରେଁ ମୋସନ ପିକଚର୍ସରେ ପହଞ୍ଚିଲାଣି। ଓଡ଼ିଶାରେ ତଥା ଖାସ କରି ଭୁବନେଶ୍ବରେ ନିଜ ଫଟୋଗ୍ରାଫିର ଦିୱାନା ସମସ୍ତଙ୍କୁ କରିବା ପରେ ଏବେ ସାରା ବିଶ୍ବରେ ଚହଳ ସୃଷ୍ଟି କରିଛନ୍ତି ଗୌତମ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.