୫୦ରେ କେଜରିଓ୍ଵାଲ : ମୋଦି ଜଣାଇଲେ ଶୁଭେଚ୍ଛା

ନୂଆଦିଲ୍ଲୀ : ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ର ଆବାହକ ଅରବିନ୍ଦ କେଜରିଓ୍ଵାଲଙ୍କ ଜନ୍ମ ଦିନ । ତାଙ୍କର ୫୦ତମ ଜନ୍ମଦିନରେ ତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ଵିଟ୍ କରି ଶୁଭେଚ୍ଛା ଜଣାଇବା ସହ ତାଙ୍କର ଦୀର୍ଘ ଜୀବନ କାମନା କରିଛନ୍ତି । ଏହାର ଉତ୍ତରରେ ରି-ଟ୍ଵିଟ୍ କରି କେଜରିଓ୍ଵାଲ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି । ରାଜନୀତିରେ ମୋଦି ଓ କେଜରିଓ୍ଵାଲଙ୍କ ମଧ୍ୟରେ ଅହି-ନକୁଳ ସମ୍ପର୍କ । ସବୁବେଳେ ପରସ୍ପରକୁ ବାକ୍ଯୁଦ୍ଧରେ ଆକ୍ରମଣ କରିବାକୁ ପଛାନ୍ତି ନାହିଁ । ତେବେ ଆଜି କେଜରିଓ୍ଵାଲଙ୍କ ଜନ୍ମଦିନରେ ଉଭୟଙ୍କ ସୌହାର୍ଦ୍ଦ୍ୟପୂର୍ଣ୍ଣ ଟ୍ଵିଟ୍ ସମସ୍ତଙ୍କୁ ଭଲ ଲାଗିଛି ।
Birthday greetings to Delhi CM Shri @arvindkejriwal Ji. May he lead a long and healthy life.
— Narendra Modi (@narendramodi) August 16, 2018