Below header

ଏବେ ଭାରତରେ ଚାଲିବ ଆମାଜନ୍‌ ଇଲେକ୍ଟ୍ରିକ୍‌ ରିକ୍ସା! ସିଇଓ ଜେଫ୍‌ ବେଜୋସ୍‌ ଦେଖାଇଲେ ପ୍ରଥମ ଝଲକ୍‌

ଆମାଜନ୍‌ ସିଇଓ ଜେଫ୍‌ ବେଜୋସ୍‌ ନିଜ ଭାରତ ଗସ୍ତ ସମୟରେ ଭାରତରେ ଇଲେକ୍ଟ୍ରିକ୍‌ ଯାନ ନିର୍ମାଣ ବିଷୟରେ କହିଥିଲେ। ଏବେ ବେଜୋସ୍‌ ନିଜ ଟୁଇଟର ଆକାଉଣ୍ଟରେ ଏକ ଭିଡିଓ ଶେୟାର କରିଛନ୍ତି, ଯେଉଁଥିରେ ଇଲେକ୍ଟ୍ରିକ୍‌ ଡେଲିଭରି ରିକ୍ସାର ଝଲକ୍‌ ଦେଖିବାକୁ ମିଳିଛି।

ele3

ଭିଡିଓରେ ବେଜୋସ୍‌ ନିଜେ ହିଁ ଇଲେକ୍ଟ୍ରିକ୍‌ ରିକ୍ସା ଚଲାଉଥିବାର ନଜର ଆସୁଛନ୍ତି। ଆମାଜନ୍‌ ଭାରତରେ କାର୍ବନ ମୁକ୍ତ ଡେଲିଭରି ଯାନ ଆଣିବା ଯୋଜନା କରିଥିଲା। ଏହା ଅଧୀନରେ ଏହି ଇଲେକ୍ଟ୍ରିକ୍‌ ଗାଡ଼ିଗୁଡ଼ିକୁ ନିର୍ମାଣ କରିଛି।

ଭିଡିଓ ଶେୟାର କରି ବେଜୋସ୍‌ ଟୁଇଟରରେ ଲେଖିଛନ୍ତି, ‘ଆମେ ଭାରତରେ ଇଲେକ୍ଟ୍ରିକ୍‌ ଡେଲିଭରି ରିକ୍ସା ଆଣୁଛୁ। ଫୁଲ୍‌ ଇଲେକ୍ଟିକ୍‌। ଜିରୋ ଇଲେକ୍ଟ୍ରିକ୍‌’।

e66

ଆମାଜନ୍‌ର ଏହି ଇଲେକ୍ଟ୍ରିକ୍‌ ଡେଲିଭରି ରିକ୍ସାର ରେଞ୍ଜ, ଚାର୍ଜିଂ ଆଦି ବିଷୟରେ କମ୍ପାନୀ କୌଣସି ସୂଚନା ଦେଇନାହିଁ। ଏପରି କି, ଏହାସହ ଜଡ଼ିତ ଅନ୍ୟ କୌଣସି ତଥ୍ୟ ବିଷୟରେ ବି ଉଲ୍ଲେଖ କରିନାହିଁ। ଆଗାମୀ ଦିନରେ କମ୍ପାନୀ ପରିବେଶକୁ କମ୍‌ କ୍ଷତି ପହଞ୍ଚାଉଥିବା ଯାନର ବିକଳ୍ପ ଆଣିବାକୁ ଯାଉଛି। ଯଦିଓ ଏ ନେଇ କମ୍ପାନୀ ତରଫରୁ କିଛି ସୂଚନା ମିଳିପାରିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.