ଆଜିଠାରୁ କରିନିଅନ୍ତୁ ସପିଂ କରିବାର ଲିଷ୍ଟ, ୧୭ ଅକ୍ଟୋବରରୁ ଆରମ୍ଭ ହେବାକୁ ଯାଉଛି Amazon ଗ୍ରେଟ୍‌ ଇଣ୍ଡଆନ୍‌ ଫେଷ୍ଟିଭ ସେଲ୍‌

ପାର୍ବଣ ଋତୁରେ ସପିଂ ପାଇଁ ପ୍ରସ୍ତୁତ ହୋଇଯାଆନ୍ତୁ। ଆମାଜନ ଡଟ୍ ଇନ୍ ମଙ୍ଗଳବାର ‘ଗ୍ରେଟ୍ ଇଣ୍ଡିଆନ ଫେଷ୍ଟିଭାଲ’ ଘୋଷଣା କରିଛନ୍ତି। ଭାରତରେ ୧୭ ଅକ୍ଟୋବର ୨୦୨୦ରୁ ଏହି ଫେଷ୍ଟିଭ୍ ଇଭେଣ୍ଟ ଆରମ୍ଭ ହେବାକୁ ଯାଉଛି।  ଏଚଡିଏଫସି ଡେବିଟ୍ ଓ କ୍ରେଡିଟ୍ କାର୍ଡ ଯୋଗେ କିଣାକିଣି କଲେ ଗ୍ରାହକ ୧୦ ପ୍ରତିଶତ ୧୦ ପ୍ରତିଶତ ଇନଷ୍ଟାଣ୍ଟ ଡିସ୍କ କାଉଣ୍ଟ ସାଙ୍ଗକୁ ଡେବିଟ୍ ଓ କ୍ରେଡିଟ୍ କାର୍ଡରେ ନୋ କଷ୍ଟ ଇଏମଆଇ ଆଦି ସୁବିଧା ମଧ୍ୟ ଉପଲବ୍ଧ କରିପାରିବେ। ଏହା ଛଡା ଆମାଜନ ପେ ଗିଫ୍ଟ କାର୍ଡ ଉପଯୋଗ କଲେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଡେଲି ସପିଂ ରିୱାର୍ଡ ମଧ୍ୟ ଜିତି ପାରିବେ।

ଇଭେଣ୍ଟରେ ଚଳିତବର୍ଷ ଗ୍ରାହକଙ୍କୁ ସ୍ମଲ ଏଣ୍ଡ ମିଡିୟମ ବିଜନେସ୍ (ଏସଏମବି) ପ୍ରଡକ୍ଟସର  ଉପଲବ୍ଧ କରାଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ପ୍ରଥମତଃ ଆମାଜନ ଗ୍ରେଟ ଇଣ୍ଡିଆ ଫେଷ୍ଟିଭାଲ ସେଲ ସାରା ଦେଶରେ ଅକ୍ଟୋବର ୧୭ ତାରିଖରୁ ଆରମ୍ଭ ହେବ।

festive

ତେବେ ପ୍ରାଇମ ମେମ୍ବର୍ସ ସବୁ ବର୍ଷଭଳି ଚଳିତବର୍ଷ ୨୪ ଘଣ୍ଟା ପୂର୍ବରୁ ଅର୍ଥାତ ଅକ୍ଟୋବର ୧୬ ତାରିଖରେ ଫାଷ୍ଟ ଆକ୍ସେସ୍ ପାଇବେ। ଦ୍ୱିତୀୟତଃ ଏହି ସେଲରେ ସାଢେ ୬ଲକ୍ଷରୁ ଅଧିକ ସେଲର ଆମାଜନ ଡଟ୍ ଇନରେ ସେମାନଙ୍କ ୪କୋଟିରୁ ଅଧିକ ପ୍ରଡକ୍ଟ ଉପସ୍ଥାପନର ସୁଯୋଗ ପାଇବେ। ଏହାଛଡା ଦେଶର ୧୦୦ଟି ସହରର ୨୦ ହଜାରରୁ ଅଧିକ ସ୍ଥାନୀୟ ଦୋକାନରୁ ଏହି ସବୁ ସାମଗ୍ରୀ କାରବାର ହେବ।

ଚଳିତବର୍ଷ ଗ୍ରାହକ ଶୀର୍ଷ ବ୍ରାଣ୍ଡର ୯ଶହରୁ ଅଧିକ ପ୍ରଡକ୍ଟ ଦେଖିବାକୁ ପାଇବେ। ସେହିପରି ଗ୍ରାହକ ନିଜ ପସନ୍ଦର ୬ଟି ଭାଷା ଇଂରାଜୀ, ହିନ୍ଦୀ, ତାମିଲ, ତେଲଗୁ, ମାଲାୟଲମ ଓ କନ୍ନଡ ମଧ୍ୟରୁ ଯେ କୌଣସି ଗୋଟିଏ ଭାଷାରେ କିଣାକିଣି କରିପାରିବେ। ଏଥିରେ ନବରାତ୍ରି, ଦୁର୍ଗାପୂଜା, ବିବାହ ଓ ଧନତେରସ ଲାଗି ଖାସ କଲେକ୍ସନ ଉପଲବ୍ଧ ହେବ।