ଜଲଦି କରନ୍ତୁ Indian Oil ରେ ଖାଲିପଡିଛି ୩୦୦ରୁ ଉର୍ଦ୍ଧ୍ୱ ପଦବୀ, ତୁରନ୍ତ କରନ୍ତୁ ଆବେଦନ

ଚାକିରି ଖୋଜୁଥିବା ଯୁବପିଢିଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ୍‌ରେ ବିଭିନ୍ନ ପଦବୀ ଖାଲି ପଡିଛି। ଆବେଦନ ମୁତାବକ ଟ୍ରେଡ ଅପରେଣ୍ଟିସ, ଟେକ୍ନିସିଆନ , ଫିଟର, ଆକାଉଣ୍ଟାଣ୍ଟ, ଇଲେକ୍ଟ୍ରିସିଆନ ଏବଂ ଡାଟା ଏଣ୍ଟ୍ରି ଅପରେଟର ସହିତ ୩୦୦ ପଦବୀ ଖାଲିପଡିଛି। ଏହି ପଦବୀରେ ନିଯୁକ୍ତି ପାଇଁ ଅନଲାଇନ୍‌ ମାଧ୍ୟମରେ ଆବେଦନ କରାଯିବ। ଯେଉଁ ପ୍ରାର୍ଥୀମାନେ ଚାକିରି କରିବା ପାଇଁ ଇଛୁକ, ସେମାନେ ଅଏଲ ଇଣ୍ଡିଆ ଲିମିଟେଡର ଅଧିକାରିକ ୱେବସାଇଟରେ ଜାରି କରାଯାଇଥିବା ଅଧିସୂଚନାକୁ ଭଲଭାବେ ପଢନ୍ତୁ।

ପଦବୀ ବିବରଣୀ: ୩୦୦

ଫିଟର

ଇଲେକ୍ଟ୍ରିସିଆନ

ଇଲେକ୍ଟ୍ରାନିକ୍ସ ମେକାନିକ

ଇଷ୍ଟମେଣ୍ଟ ମେକାନିକ

ମେସିନିଷ୍ଟ

ଆକାଉଣ୍ଟାଣ୍ଟ

ଡାଟା ଏଣ୍ଟ୍ରି ଅପରେଟର

ରିଟେଲ ସେଲ୍ସ ଟ୍ରେଡ

ଶିକ୍ଷାଗତ ଯୋଗ୍ୟତା: ଟେକ୍ନସିଆନ ଅପରେଣ୍ଟିସ ପାଇଁ କୌଣସି ମାନ୍ଯତାପ୍ରାପ୍ତ ବୋର୍ଡରୁ +୨ ପାସ୍ ସହିତ ସମ୍ବନ୍ଧିତ ଟ୍ରେଡରେ ଫୁଲ୍ ଟାଇମ୍ ଡିପ୍ଲୋମା କରିଥିବା ଜରୁରୀ। ସେହିପରି ଟ୍ରେଡ ଅପରେଣ୍ଟିସ ପାଇଁ କୌଣସି ମାନ୍ୟତାପ୍ରାପ୍ତ ସଂସ୍ଥାରୁ ଫୁଲଟାଇମ ଗ୍ରାଜୁଏସନର ଡିଗ୍ରୀ ରହିଥିବା ଜରୁରୀ। ଅଧିକ ଜାଣିବା ପାଇଁ ନୋଟିଫିକେସନ ଚେକ୍‌ କରିପାରିବେ।

ମହତ୍ୱପୂର୍ଣ୍ଣ ତାରିଖ: ଅନଲାଇନ ଆବେଦନର କରିବାର ଶେଷ ତାରିଖ ୨୭ ଡିସେମ୍ବର ୨୦୨୧ ରହିଛି।

ବୟସ ସୀମା: ଭିନ୍ନ ଭିନ୍ନ ପଦବୀ ପାଇଁ ଭିନ୍ନ ଭିନ୍ନ ବୟସ ସୀମା ନିର୍ଦ୍ଧାରଣ କରାଯାଇଛି।

କେମିତି କରିବେ ଆବେଦନ :

ପ୍ରଥମେ ଅଫିସିଆଲ ୱେବସାଇଟକୁ ଯାଆନ୍ତୁ।

ଏହାପରେ ଆପ୍ଲାଏ ଲିଙ୍କ ଉପରେ କ୍ଲିକ କରନ୍ତୁ।

ତା’ ପରେ ନିଜର ବ୍ୟକ୍ତିଗତ ବିବରଣୀ ଭରିବା ପରେ ସବମିଟ୍‌ କରନ୍ତୁ।

ଆବେଦନ ଶୁଳ୍କ ଭରନ୍ତୁ ଏବଂ ତା’ ପରେ ସବମିଟ୍‌ ବଟନ କ୍ଲିକ କରନ୍ତୁ।

ଫର୍ମର ଏକ କପି ଡାଉନଲୋଡ କରି ନିଜ ପାଖରେ ରଖନ୍ତୁ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ:

https://iocl.com/admin/img/Apprenticeships/Files/5e2a63d05ddd4450b45e90e4c7d31c65.pdf

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.