ଶାଶୁ ହେବାକୁ ଯାଉଛନ୍ତି ସ୍ମୃତି ଇରାନୀ, ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ ସେୟାର କରି ଜ୍ୱାଇଁଙ୍କୁ ଦେଲେ ଏମିତି ଧମକ

ଶାଶୁ ହେବାକୁ ଯାଉଛନ୍ତି ଟିଭିର ତୁଳସୀ ବୋହୂ ତଥା କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ। କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀଙ୍କ ଝିଅ ବିବାହ କରିବାକୁ ଯାଉଛନ୍ତି। ସ୍ମୃତିଙ୍କ ସ୍ୱାମୀଙ୍କ ପ୍ରଥମ ସ୍ତ୍ରୀର ଝିଅ ଶୈନେଲ ଇରାନୀ ନିକଟରେ ବୟଫ୍ରେଣ୍ଡ୍‌ ଅର୍ଜୁନ ଭଲ୍ଲାଙ୍କ ସହ ନିର୍ବନ୍ଧ କରିଛନ୍ତି। ଝିଅର ନିର୍ବନ୍ଧ ପରେ ସ୍ମୃତି ସୋସିଆଲ ମିଡିଆରେ ଝିଅ ଓ ଜ୍ୱାଇଁଙ୍କର ଏକ ସୁନ୍ଦର ଫଟୋ ସେୟାର କରି ନିଆରା ଅନ୍ଦାଜରେ ଶୁଭେଚ୍ଛା ଜଣାଇଛନ୍ତି। ସ୍ମୃତି ଧମକ ଦେଇ ଜ୍ୱାଇଁଙ୍କୁ ନିଜ ପରିବାରକୁ ସ୍ୱାଗତ କରିଛନ୍ତି।

ସ୍ମୃତି ଇରାନୀ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ସାବତ ଝିଅ ଶୈନେଲ ଇରାନୀଙ୍କ ନିର୍ବନ୍ଧ ଫଟୋ ସେୟାର କରିଛନ୍ତି। ଏହି ପୋଷ୍ଟରେ ଅର୍ଜୁନ ଆଣ୍ଠୁ ମାଡ଼ି ବସି ଶୈନେଲଙ୍କୁ ମୁଦି ପିନ୍ଧାଉଥିବା ନଜର ଆସିଛନ୍ତି।

 

View this post on Instagram

 

A post shared by Smriti Irani (@smritiiraniofficial)

ଫଟୋ ସେୟାର କରି ସ୍ମୃତି ଇରାନୀ କ୍ୟାପସନ୍‌ରେ ଲେଖିଛନ୍ତି- ଅର୍ଜୁନ୍‌ ଭଲ୍ଲାଙ୍କ ପାଇଁ, ଯାହା ପାଖରେ ଏବେ ଆମ ହୃଦୟ ରହିଛି, ଏହି ପାଗଳ ପରିବାରକୁ ତୁମକୁ ସ୍ୱାଗତ। ଶ୍ୱଶୁର ଭାବେ ଜଣେ ପାଗଳ ବ୍ୟକ୍ତିଙ୍କୁ ସାମ୍ନା କରିବା ପାଇଁ ଓ ଖରାପ ଶାଶୁ ବା ମୋ ସାମ୍ନା କରିବାକୁ ତୁମକୁ ଆଶୀର୍ବାଦ (ତୁମକୁ ଅଫିସିଆଲି ଚେତାବନୀ ଦିଆଯାଉଛି)। ଖୁସି ରୁହ ଶୈନେଲ ଇରାନୀ।

 

View this post on Instagram

 

A post shared by Smriti Irani (@smritiiraniofficial)


ପ୍ରକାଶ ଯେ ସ୍ମୃତି ଇରାନୀ ହେଉଛନ୍ତି ଜୁବିନ୍‌ଙ୍କ ଦ୍ୱିତୀୟ ପତ୍ନୀ। ସ୍ମୃତିଙ୍କ ପୂର୍ବରୁ ଜୁବିନ୍‌ ମୀରାଙ୍କୁ ବିବାହ କରିଥିଲେ। ତାଙ୍କ ଝିଅ ହେଉଛି ଶୈନେଲ। ପ୍ରଥମ ପତ୍ନୀଙ୍କ ସହ ଛାଡ଼ପତ୍ର ପରେ ଜୁବିନ୍‌ ସ୍ମୃତିଙ୍କୁ ବିବାହ କରିଥିଲେ। ଏଣୁ ସ୍ମୃତି ଓ ଶୈନେଲଙ୍କ ମଧ୍ୟରେ ଭଲ ବଣ୍ଡିଂ ରହିଛି। ସ୍ମୃତି ଓ ଜୁବିନ୍‌ଙ୍କର ଏକ ପୁଅ ଜୋହର ଓ ଝିଅ ଜୋଇଶ ମଧ୍ୟ ଅଛନ୍ତି।