Below header

ଓଡିଶାରେ ସରକାରୀ ଚାକିରି ପାଇଁ କରନ୍ତୁ ଜଲଦି ଆବେଦନ, ଖାଲିପଡିଛି ଅନେକ ପଦବୀ

ଓଡିଶାରେ ଚାକିରି କରିବାକୁ ଚାହୁଁଚନ୍ତି, ତେବେ ଆପଣଙ୍କ ପାଇଁ ସବୁର୍ଣ୍ଣ ସୁଯୋଗ। ଓଡିଶା କର୍ମଚାରୀ ଚୟନ ଆୟୋଗ (OSSC) ରେ ଅନେକ ପଦବୀରେ ନିଯୁକ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି। ଜୁନିଅର ଇଂଜିନିୟର (ସିଭିଲ) ପଦବୀରେ ଏହି ନିଯୁକ୍ତି ହେଉଛି। ଏହି ପଦବୀରେ ଆବେଦନ କରିବାର ଶେଷ ତାରିଖ ୬ ଜୁଲାଇ ରହିଛି। ଯେଉଁମାନେ ଏହି ଚାକିରି ପାଇବାକୁ ଚାହୁଁଛନ୍ତି, ତେବେ ଅଫିସିଆଲ େଓ୍ଵବସାଇଟ୍‌କୁ ଯାଇ ଆବେଦନ କରିପାରିବେ।

ପଦବୀ ବିବରଣୀ :

ପଦବୀ : ଜୁନିଅର ଇଂଜିନିଅର ( ସିଭିଲ) : ୨୬୦

ବୟସ ସୀମା : ଆବେଦନକାରୀଙ୍କ ସର୍ବନିମ୍ନ ବୟସ ୨୧ ଏବଂ ସର୍ବାଧିକ ବୟସ ୩୧ ବର୍ଷ ନିର୍ଦ୍ଧାରିତ କରାଯାଇଛି।

job

ଶିକ୍ଷାଗତ ଯୋଗ୍ୟତା : ଶିକ୍ଷାଗତ ଯୋଗ୍ୟତା ପାଇଁ ଆପଣ ଅଫିସିଆଲ ନୋଟିଫିକେସନ ଦେଖିପାରିବେ।

ମହତ୍ତ୍ୱପୂର୍ଣ୍ଣ ତାରିଖ : ଏଥିରେ ଆବେଦନ କରିବାର ତାରିଖ ୨୭ ଜୁନ ରହିଥିବା ବେଳେ ଶେଷ ତାରିଖ ୬ ଜୁଲାଇ ରହିଛି।

ଏମିତି କରନ୍ତୁ ଆବେଦନ :

ଇଚ୍ଛୁକ ଓ ଯୋଗ୍ୟ ପ୍ରାର୍ଥୀ ଆବେଦନ କରିବା ପାଇଁ ପ୍ରଥମେ ଅଫିସିଆଲ େଓ୍ଵବସାଇଟ www.odishassc.in କୁ ଯାଇ ଅଧିସୂଚନା ଡାଉନଲୋଡ କରନ୍ତୁ। ଏଥିରେ ଦିଆଯାଇଥିବା ନିର୍ଦ୍ଦେଶ ଅନୁସାରେ ଆବେଦନ ପ୍ରକ୍ରିୟା ପୂର୍ଣ୍ଣ କରନ୍ତୁ।

ଚୟନ ପ୍ରକ୍ରିୟା : ଯୋଗ୍ୟ ପ୍ରାର୍ଥୀଙ୍କ ଚୟନ ପ୍ରକ୍ରିୟା ଲିଖିତ ଏବଂ କ୍ୟାରିର ମୂଲ୍ୟାଙ୍କନ ଉପରେ ଆଧାରିତ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.