Below header

ମୁଁ ସୁସ୍ଥ ଅଛି, ରିପୋର୍ଟ ବି ନେଗେଟିଭ, ତଥାପି ଗାଁରୁ ହେଲି ବାସନ୍ଦ

ଆଳି: କରୋନା ମହାମାରୀର ଆତଙ୍କ ସମୟରେ ପାରସ୍ପରିକ ସାହାଯ୍ୟ ସହଯୋଗର ଆବଶ୍ୟକତା ଢେର୍ ରହିଛି । ରୋଗକୁ ଘୃଣା କରାଯାଉ ରୋଗୀକୁ ନୁହେଁ ବୋଲି ପ୍ରଚାର  ଉଭୟ ସରକାରୀ, ବେସରକାରୀ ସ୍ତରରେ ଜୋରଦାର ଭାବେ କରାଯାଉଛି। ହେଲେ ରୋଗରୁ ଆରୋଗ୍ୟ ହୋଇଥିବା ଜନୈକ ଯୁବକଙ୍କୁ ଘୃଣା କରି ତାଙ୍କର ସମୁଦାୟ ପରିବାରକୁ ଗ୍ରାମର କେତେକ ଲୋକ ସାମାଜିକ ବାସନ୍ଦ କରିବା ପରି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ହା ଆଳିବ୍ଲକ ଚଣ୍ଡିଆଗଡି ପଞ୍ଚାୟତର ବଇଦିମାଳ ଗ୍ରାମରେ। ଜିଲ୍ଲା ଅନ୍ତର୍ଗତ ଆଲୋଚ୍ୟ ଗ୍ରାମର ୩୦ ବର୍ଷ ବୟସ୍କ ଯୁବକ ଦେବେନ୍ଦ୍ର ପଣ୍ଡା ବାଙ୍ଗଲୋରରୁ ଆସି ମାର୍ଶାଘାଇ ବ୍ଲକ ମାଣତିରା ହାଇସ୍କୁଲ ସଙ୍ଗରୋଧ କେନ୍ଦ୍ରରେ ରହିବାର ୧୨ ଦିନ ପରେ କରୋନା ପଜିଟିଭ ଚିହ୍ନଟ ହୋଇଥିଲା।

ଏହା ପରେ ଦେବେନ୍ଦ୍ରଙ୍କୁ ସଙ୍ଗରୋଧରୁ ନିଆଯାଇ ଚିକିତ୍ସା ନିମନ୍ତେ ଛତା ସ୍ଥିତ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲରେ ୮ ଦିନ ଚିକିତ୍ସା ପରେ ଦେବେନ୍ଦ୍ର ସୁସ୍ଥ ହୋଇ ଯାଇଥିଲେ। ତାଙ୍କୁ ଆରୋଗ୍ୟ ପ୍ରମାଣ ପତ୍ର ଦିଆଯାଇ ହୋମ୍ କ୍ବାରେଣ୍ଟିନରେ ରହିବାକୁ ପରାମର୍ଶ ଦିଆଯାଇ ଘରକୁ ପଠାଇ ଦିଆଯାଇଥିଲା।ଗତ ୫ ଦିନ ହେଲା ଦେବେନ୍ଦ୍ର ନିଜ ଘରେ ସଙ୍ଗରୋଧରେ ରହୁଥିବା ବେଳେ ପରିବାର ଲୋକଙ୍କୁ ସାମାଜିକ ବାସନ୍ଦର ଶିକାର ହେବାକୁ ପଡିଛି ।

ଗ୍ରାମର କେତେକ ପଡୋଶୀ ଦାଉ ସାଧିଛନ୍ତି ବୋଲି ଅଭିଯୋଗ କରିଛନ୍ତି ଦେବେନ୍ଦ୍ରଙ୍କ ସମେତ ତାଙ୍କର ପରିବାର । ଏମିତିକି ଏହି ପରିବାରକୁ ଗାଁ ଦୋକାନରୁ ରାସନ ଓ ଅନ୍ୟ ସାମଗ୍ରକିଣିବାକୁ ଗଲାବେଳେ ସାମଗ୍ରୀ ଦିଆଯାଉ ନାହିଁ। ନଳକୂପରୁ ପିଇବା ପାଣି ବାରଣ କରାଯାଉଥିବା ବେଳେ ଦେବେନ୍ଦ୍ରଙ୍କୁ ନେଇ ସୋସିଆଲ ମିଡିଆରେ ଅପପ୍ରଚାର କରାଯାଉଛି ବୋଲି ଅଭିଯୋଗ କରିଛନ୍ତି ପରିବାର ଲୋକେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.