କାଲିଠାରୁ ଅକାମୀ ହୋଇଯିବ ATM କାର୍ଡ !

ଆପଣଙ୍କ ଏଟିଏମ୍‌ କାର୍ଡରେ ଯଦି, ସିମ୍‌ କାର୍ଡ ଭଳି ଚିପ୍‌ ଲାଗି ନାହିଁ ତେବେ କାଲିଠାରୁ ତାହା ଅକାମୀ ହୋଇଯିବ। ୩୧ ଡିସେମ୍ବର ପରଠାରୁ ତାର ମାନ୍ୟତା ରହିବ ନାହିଁ। ଚିପ୍‌ ଯୁକ୍ତ କାର୍ଡ ଅନ୍ୟ କାର୍ଡଠାରୁ ଅଧିକ ସୁରକ୍ଷିତ। ଏଥିରେ ସହଜରେ ଜାଲିଆତି କରି ହେବ ନାହିଁ। ଚିପ୍‌ ଲାଗିଥିବା କାର୍ଡକୁ ଇଏମ୍‌ଭି କାର୍ଟ କୁହାଯାଏ। ୨୦୧୫ରୁ ରିଜର୍ଭ ବ୍ୟାଙ୍କ, ଇଏମ୍‌ଭି ଏଟିଏମ୍‌ ଯୋଗାଇବାକୁ ସବୁ ବ୍ୟାଙ୍କକୁ ନିର୍ଦ୍ଦେଶ ଦେଇଥିଲା। କିନ୍ତୁ କିଛି ଗ୍ରାହକଙ୍କ ପାଖରେ ପୁରୁଣା କାର୍ଡ ରହି ଯାଇଛି। ସେମାନଙ୍କୁ ବ୍ୟାଙ୍କଗୁଡିକ ନୂଆ କାର୍ଡ ପଠାଇ ସାରିଛନ୍ତି। ଯେଉଁମାନେ ପାଇ ନାହାନ୍ତି ସେମାନେ ବ୍ୟାଙ୍କ ସହ ଯୋଗାଯୋଗ କରି ନୂଆ କାର୍ଡ ପାରିବେ। ଇଏମ୍‌ଭି କାର୍ଡରେ ଯେଉଁ ଚିପ୍‌ ଲାଗିଥାଏ, ସେଥିରେ ଗ୍ରାହକଙ୍କ ଡାଟା ଷ୍ଟୋର ରୁହେ। ସେଥିରୁ ସହଜରେ ଜାଲିଆତି କରି ହେବ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.