Below header

କ୍ଷୀର ବିକିବେ ବାବା ରାମଦେବ, ଖୁବ୍ ଶୀଘ୍ର ଆପଣଙ୍କ ଘରେ ପହଂଚିବ ପତଞ୍ଜଳୀର ଦୁଗ୍ଧ ଜାତୀୟ ଦ୍ରବ୍ୟ

କ୍ଷୀର ବିକ୍ରି କରିବେ ଯୋଗଗୁରୁ ବାବା ରାମଦେବ । ଖୁବ୍ ଶୀଘ୍ର ଆପଣଙ୍କ ଘରେ ପହଂଚିବ ପତଞ୍ଜଳୀର ଦୁଗ୍ଧ ଜାତୀୟ ଦ୍ରବ୍ୟ ଅର୍ଥାତ୍ କ୍ଷୀର, ହଦି, ଛାଛ ଓ ପନୀର ଆଦି ସାମଗ୍ରୀ । ପ୍ରଥମ ପର‌୍ୟ୍ୟାୟରେ ଦିଲ୍ଲୀ, ରାଜସ୍ଥାନ, ହରିୟାଣା ଏବଂ ମହାରାଷ୍ଟ୍ରରେ ମିଳିବ ଏହି ଦ୍ରବ୍ୟ । ଏହା ପରେ ଧୀରେ ଧୀରେ ଦେଶର ଅନ୍ୟ ରାଜ୍ୟମାନଙ୍କରେ ଉପଲବ୍ଧ ହେବ ।

ଏହି ସବୁ ସାମଗ୍ରୀର ଲଂଚ ପାଇଁ ଦିଲ୍ଲୀରେ ଏକ କାର‌୍ୟ୍ୟକ୍ରମ ଆୟୋଜିତ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ପ୍ରାରମ୍ଭିକ ସ୍ତରରେ ୪ ଲକ୍ଷ ଲିଟର କ୍ଷୀର ବଜାରରେ ବିକ୍ରି କରାଯିବ । ଧୀରେ ଧୀରେ ଏହି କ୍ଷମତାକୁ ବଢାଯିବ ।

patanjaliକମ୍ପାନୀ ଦାବି କରିଛି ଏହି ଦୁଗ୍ଧ ଜାତୀୟ ଦ୍ରବ୍ୟରେ କୌଣସି ପ୍ରକାର ଅପମିଶ୍ରଣ ହୋଇନାହିଁ । ଏହା ସମ୍ପୂର୍ଣ୍ଣ ଶୁଦ୍ଧ ଉତ୍ପାଦ । ଏହା ସହ ଖୁବ୍ କମ୍ ଦରରେ ଏହି ସବୁ ଦ୍ରବ୍ୟ ମିଳିବ ବୋଲି କହିଛି କମ୍ପାନୀ ।

ଏହା ପୂର୍ବରୁ ପତଞ୍ଜଳୀ ପିଲାଙ୍କ ପାଇଁ ଡାଇପର୍ ମଧ୍ୟ ଲଂଚ୍ କରିଛି। ଏହା ବ୍ୟତୀତ ମହିଳାଙ୍କ ପାଇଁ ସାନିଟାରୀ ନ୍ୟାପକିନ୍ ମଧ୍ୟ ଖୁବ୍ ଶୀଘ୍ର ଲଂଚ୍ କରିବ । ଏହାର ଦାମ୍ ଏତେ କମ୍ ରହିବ ଯେ ଗରିବ ଶ୍ରେଣୀର ମହିଳାମାନେ ମଧ୍ୟ ଏହାକୁ କିଣି ପାରିବେ । ସେହିପରି ଅକ୍ଟୋବର ମାସରେ ମିଳିବ ପତଞ୍ଜଳୀ ଜିନ୍ସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.