Below header

ଗୋଲ୍ଡ ସ୍ମଗଲିଂର ଗେଟ୍‌ୱେ ସାଜିଛି ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନବନ୍ଦର

ଭୁବନେଶ୍ବର(କେନ୍ଯୁଜ୍): ଗୋଲ୍ଡ ସ୍ମଗଲିଂର ଗେଟ୍‌ୱେ ସାଜିଛି ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନବନ୍ଦର । ପୁଣି ଜବତ ହୋଇଛି ସୁନା । ୬୯୦ ଗ୍ରାମ୍‌ରୁ ଅଧିକ ସୁନା ଜବତ କରିଛି କଷ୍ଟମ୍ସ ବିଭାଗ । ଜବତ ସୁନାର ଆନୁମାନିକ ମୂଲ୍ୟ ୨୧ ଲକ୍ଷ ୮୯ ହଜାର ଟଙ୍କା ହେବ। ଚେନ୍ନାଇର ଜଣେ ଯାତ୍ରୀଙ୍କଠାରୁ ଏହି ସୁନା ଜବତ କରାଯାଇଛି । ସେ ଏୟାର ଏସିଆର ଇକେ-୩୧ ବିମାନରେ କ୍ୱାଲାଲମ୍ପପୁରରୁ ଆସୁଥିଲେ । ଯାଞ୍ଚ ବେଳେ ତାଙ୍କ ଟ୍ରଲି ବ୍ୟାଗ୍‌ରୁ ଏହି ସୁନା ଜବତ ହୋଇଛି । ଗତ ମାସ ଅଗଷ୍ଟ ୩୧ ତାରିଖରେ ମଧ୍ଯ ୩୪୦ ଗ୍ରାମର ସୁନା ଜବତ କରିଥିଲା କଷ୍ଟମ୍ସର ଗୁଇନ୍ଦା ବିଭାଗ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.