Below header

ରାମଦେବ ଚଲାଇଲେ ଦେଢ଼କୋଟି ଟଙ୍କାର ଲ୍ୟାଣ୍ଡ ରୋଭର ଡିଫେଣ୍ଡର, ବାବାଙ୍କ ଡ୍ରାଇଭିଂ ଭିଡିଓ ଖୁବ୍ ହେଉଛି ଭାଇରାଲ

ବାବା ରାମଦେବ ଜଣେ କୋରଡପତି ଯୋଗ ଗୁରୁ । ଯାହାଙ୍କ ପାଖରେ ଅନେକ ଲଗଜୁରୀ କାର୍ ରହିଛି ।

ବାବା ରାମଦେବ ଜଣେ କୋରଡପତି ଯୋଗ ଗୁରୁ । ଯାହାଙ୍କ ପାଖରେ ଅନେକ ଲଗଜୁରୀ କାର୍ ରହିଛି । ସେ ନିକଟରେ ଏକ ବ୍ରାଣ୍ଡ ନିୟୁ ମହିନ୍ଦ୍ରା ଏକ୍ସୟୁଭି ୭୦୦ କୁ କିଣିଥିଲେ । କିନ୍ତୁ ଯୋଗ ଗୁରୁ ରାମଦେବ ବାବାଙ୍କର ଏକ ଭିଡିଓ ଖୁବ୍ ଭାଇରାଲ ହେଉଛି । ଯେଉଁଥିରେ ଦେଖିବାକୁ ମିଳୁଛି ବାବା ଲ୍ୟାଣ୍ଡ ରୋଭର ଡିଫେଣ୍ଡର ୧୩୦କୁ ଚଲାଉଛନ୍ତି । ଏହି ଭିଡିଓକୁ ଅଟୋ ୱାର୍ ନିଜ ଇନଷ୍ଟାଗ୍ରାମ ପ୍ରୋଫାଇଲରେ ଅପଲୋଡ୍ କରିଛି । ଏସୟୁଭିକୁ ସେଡାନ୍ ରେଡ୍ ପେଣ୍ଟ ସ୍କିମରେ ତିଆରି କରାଯାଇଛି । ବାବା ରାମଦେବ ଚଲାଉଥିବା ଏହି କାରର ଦାମ ଶୁଣିଲେ ଆପଣ ଏକଦମ୍ ଚମକିପଡିବେ । ଏହି କାରର ଦାମ୍ ହେଉଛି ୧ କୋଟି ୪୧ ଲକ୍ଷ ଟଙ୍କା ।

ବାବା ଚଲାଉଥିବା କାରଟି ଏକଦମ୍ ନୂଆ ଲାଗୁଛି, କିନ୍ତୁ ବର୍ତ୍ତମାନ ସୁଦ୍ଧା ଏହା ଜଣାପଡିନାହିଁ ଯେ ଏହା ତାଙ୍କର କି ଆଉ କାହାର । ଡିଫେଣ୍ଡର ୧୩୦ ଲ୍ୟାଣ୍ଡ ରୋଭରର ଭାରତୀୟ ଲାଇନ୍ ଅପ୍ ରେଞ୍ଜ ରୋଭର ବ୍ରାଣ୍ଡର ଏକଦମ୍ ଟପ୍ ମଡେଲ । ଏହାସହିତ ଡିଭେଣ୍ଡର ୧୩୦ ସବୁଠାରୁ ବଡ କାର ଅଟେ ।

ତେବେ ବାବା ରାମଦେବ ବାବାଙ୍କ ଅନ୍ୟ କାର ବିଷୟରେ କଥା ହେବା ତ ତାଙ୍କ ଗ୍ୟାରେଜରେ ଲ୍ୟାଣ୍ଡ ରୋଭର ଡିସକଭରୀ, ରେଞ୍ଜ ରୋଭର ଇଭୋକ, ମହିନ୍ଦ୍ରା ସ୍କୋର୍ପିଓ, ମହିନ୍ଦ୍ରା ଏକ୍ସୟୁଭି ୭୦୦ ଏବଂ ଜାଗୁଆର ଏକ୍ସଜେଏଲ କାର ଥିବା ଖବର ରହିଛି । ଲ୍ୟାଣ୍ଡ ରୋଭର ଡିଫେଣ୍ଡର ୧୩୦ର ବହୁତ ଗୁଡିଏ କଲର ଅପ୍ସନ ମହଜୁଦ୍ ରହିଛି । ସେଡାନ୍ ରେଡ, ସେଣ୍ଟୋରିନୀ ବ୍ଲାକ, ୟୁଲଙ୍ଗ୍ ହ୍ବାଇଟ୍, ସିଲିକପ୍ ସିଲଭର, ଏଇଗର ଗ୍ରେ, କ୍ୟାପାଥିୟନ ଗ୍ରେ, ଫୁଜି ହ୍ବାଇଟ୍, ଗୋଣ୍ଡୱାନା ଷ୍ଟୋନ୍, ତସ୍ମାନ୍ ବ୍ଲୁ, ଲଣ୍ଟୋ ବ୍ରୋଜ୍, ହକୁବା ସିଲଭର ଏବଂ ପୋଞ୍ଜିୟା ଗ୍ରିନ୍ । ଏହାସହିତ ଭାରତୀୟ ବଜାରରେ ଡିଫେଣ୍ଡର ଆଉ ଦୁଇଟି ଭ୍ୟାରିୟଣ୍ଟ ବିକ୍ରି ହେଉଛି ଡିଫେଣ୍ଡର ୯୦ ଏବଂ ଡିଫେଣ୍ଡର ୧୧୦ ।

ଇଞ୍ଜିନ୍

ଡିଫେଣ୍ଡର ୧୩୦ ଦୁଇଟି ଇଞ୍ଜିନ୍ ବିକଳ୍ପରେ ଆସୁଛି । ପେଟ୍ରୋଲ ଏବଂ ଡିଜେଲ ସହିତ ଉପଲବ୍ଧ । ମାଇଲଡ ହାଇବ୍ରିଡ ଇଞ୍ଜେନିୟମ ମୋଟର ୪୦୦ ପିଏସର ଅଧିକତମ ପାୱାର ଆଉଟପୁଟ ଏବଂ ୫୫୦ ଏନଏମର ଅଧିକତମ ଟର୍କ ବିକସିତ କରିବା ପାଇଁ ୬ ସିଲିଣ୍ଡର ଲେଆଉଟକୁ ସ୍ପୋର୍ଟ କରିଥାଏ ।

୮ ସିଟ୍ ଏସୟୁଭି ଭାରତୀୟ ବଜାରରେ ବିକ୍ରି ହେଉଥିବା ଏବେ ପର୍ଯ୍ୟନ୍ତର ସବୁଠାରୁ ସ୍ପେସିୟସ୍ ତିନି-ରୋ ଥିବା ଗାଡି । ଡିଫେଣ୍ଡର ୧୧୦ ତୁଳନାରେ ଏହାର ଲମ୍ବ ୩୪୦ ମିମି ବୃଦ୍ଧି କରାଯାଇଛି । ଯାହାଦ୍ବାରା ଭିତରର ଯାଗାକୁ ବଢ଼ାଇବାରେ ସାହାଯ୍ୟ ମିଳିଥାଏ । ଏହାବ୍ୟତୀତ ଡିଫେଣ୍ଡର ୧୩୦ରେ ମାନକ ରୂପେ ଏକ ପାନୋରମିକ ସନରୁଫ ମିଳିଥାଏ । ତାସହିତ ଥାର୍ଡ ରୋ ଉପରେ ସେକେଣ୍ଡ ସନରୁଫ ମଧ୍ୟ ମିଳିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.