ଆପଲ ରିଲିଜ କଲା iOS 16.6 ଏବଂ macOS Ventura 13.5, ଏଭଳି କରନ୍ତୁ ଅପଡେଟ

ଆପଲ କିଛି ବଗ୍ସ ଏବଂ ଭଲ୍‌ନେରାବିଲିଟିସକୁ ପ୍ୟାଚ୍ କରିବା ପାଇଁ iOS 16.6, iPadOS 16.6, macOS Ventura 13.5, ଏବଂ watchOS 9.6 ରିଲିଜ କରିଛି । ଏହି ଫିଚର ୟୁଜର୍ସଙ୍କୁ ଆଲର୍ଟ କରିପାରିବ ଯେତେବେଳେ ଏକ ଥାର୍ଡ ପାର୍ଟି ସେମାନଙ୍କର iMessages ଉପରେ ପ୍ରବେଶ କରେ ।

ଆପଲ, iOS 17, macOS Sonoma ଏବଂ watchOS 10 ବିଟା ପ୍ରସ୍ତୁତ କରିଛି । କମ୍ପାନୀ ଗତ ବର୍ଷର ଅପଡେଟ ପାଇଁ ଛୋଟ ଭର୍ସନ ଉପରେ କାମ ଜାରି ରଖିଛି । ୨୦୨୨ର ଅପରେଟିଂ ସିଷ୍ଟମଗୁଡିକ ଅଧିକାଂଶ ଫିଚର ଏବଂ ଚେଞ୍ଜଗୁଡିକ ଡେଲିଭର କରିଛନ୍ତି ଏବଂ ବର୍ତ୍ତମାନ ସେମାନେ କିଛି ଫାଇନାଲ ପଲିସିଂ ଆବଶ୍ୟକ କରୁଛନ୍ତି । ଏହି ବର୍ଷର ସ୍ଥିର ରହିଥିବା OS ଭର୍ସନଗୁଡିକ ଦୁଇମାସ ଦୂରରେ ଥିବାରୁ, ପୂର୍ବ ରିଲିଜରେ ଇଣ୍ଟ୍ରଡ୍ୟୁସ କରିବାକୁ ଅଧିକ କିଛି ବାକି ନାହିଁ । ଏନେଇ ଆପଲ କିଛି ବଗ୍ସ ଏବଂ ଭଲ୍‌ନେରାବିଲିଟିସକୁ ପ୍ୟାଚ୍ କରିବା ପାଇଁ iOS 16.6, iPadOS 16.6, macOS Ventura 13.5, ଏବଂ watchOS 9.6 ରିଲିଜ କରିଛି ।

ଅଫିସିଆଲ୍ ରିଲିଜ ନୋଟ ଅନୁଯାୟୀ, ଏହି ଛୋଟ ଛୋଟ ବମ୍ପଗୁଡ଼ିକରେ କେବଳ କିଛି ବଗ୍ ଫିକ୍ସ ଏବଂ ସୁରକ୍ଷା ଅପଡେଟକୁ ସାମିଲ କରାଯାଇଛି । ତେଣୁ ଯେତେବେଳେ କୌଣସି ଏକ୍ସସାଇଟିଙ୍ଗ ୟୁଜର- ଫେସିଙ୍ଗ ଚେଞ୍ଜ ପ୍ୟାକ୍ କରନ୍ତି ନାହିଁ, ସମସ୍ତଙ୍କୁ ଶୀଘ୍ର ସେମାନଙ୍କର କମ୍ପାଟିବଲ ଡିଭାଇସ ଗୁଡ଼ିକୁ ଅପଡେଟ୍ କରିବାକୁ ପରାମର୍ଶ ଦିଆଯାଇଛି । ଏହି ଛୋଟ ଅପଡେଟଗୁଡ଼ିକ ପ୍ରାୟତଃ ଆକ୍ଟିଭ ଭାବରେ ସୁରକ୍ଷା ଭଲ୍‌ନେରାବିଲିଟିସକୁ ପ୍ୟାଚ୍ କରିଥାଏ, ଏବଂ ଏକ ପୁରୁଣା OS ଭର୍ସନରେ ଲାଗି ରହିବା ଦ୍ୱାରା ଆପଣ ସାଇବର ବିପଦର ସମ୍ମୁଖୀନ ହୋଇପାରନ୍ତି ।

ସୂଚନା ଅନୁସାରେ iOS 16.6 ବିଟା ରେ, କିଛି ‘କଣ୍ଟାକ୍ଟ କୀ ଭେରିଫିକେସନ୍ ରେଫରେନ୍ସ’ ମିଳିଛି, କିନ୍ତୁ ସେଗୁଡିକ ଫାଇନାଲ ରିଲିଜରେ ନଥିବା ପରି ଜଣାପଡ଼ିଛି । ଏହି ଫିଚର ୟୁଜର୍ସଙ୍କୁ ଆଲର୍ଟ କରିପାରିବ ଯେତେବେଳେ ଏକ ଥାର୍ଡ ପାର୍ଟି ସେମାନଙ୍କର iMessages ଉପରେ ପ୍ରବେଶ କରେ ।

ଆପଣଙ୍କର ଆପଲ୍ ଡିଭାଇସ କିପରି ଅପଡେଟ କରିବେ ଆସନ୍ତୁ ଜାଣିବା
.ସେଟିଙ୍ଗ ଆପ୍ ଲଞ୍ଚ କରନ୍ତୁ ।
. ଜେନେରାଲ ସେକ୍ସନକୁ ଯାଆନ୍ତୁ ।
. ସଫ୍ଟୱେର ଅପଡେଟକୁ ଯାଆନ୍ତୁ ।
. ରିଫ୍ରେସ ହେବାକୁ ପେଜକୁ କିଛି ସେକେଣ୍ଡ ଦିଅନ୍ତୁ ।
. ଯଦି ଆପଣ ଅପଡେଟକୁ ଚିହ୍ନି ପାରନ୍ତି ନାହିଁ, ତେବେ ଆପଣ ଆପଣଙ୍କର iDevice କୁ ରିଷ୍ଟାର୍ଟ କରିବାକୁ ଚେଷ୍ଟା କରିପାରନ୍ତି ।
. ଥରେ ଅପଡେଟ ଦେଖାଯିବା ପରେ, ଡାଉନଲୋଡ ଏବଂ ଇନଷ୍ଟଲ ଉପରେ ଟ୍ୟାପ କରନ୍ତୁ ।
. ପରେ ଅପଡେଟ ଡାଉନଲୋଡ ହେବା ଆରମ୍ଭ ହେବ ।
. ଥରେ ଡାଉନଲୋଡ୍ ପ୍ରୋସେସ ଶେଷ ହେଲେ, ଏହା ବ୍ୟାକଗ୍ରାଉଣ୍ଡରେ ଅପଡେଟ ହେବ ।
. ପରେ ଇନଷ୍ଟଲେସନ ପ୍ରୋସେସ ଆରମ୍ଭ ହେବ ।
. ଆପଣଙ୍କର iDevice ଏକ ପାଓ୍ଵାର ସୋର୍ସ ସହିତ କନେକ୍ଟେଡ ରହିଛି କି ନାହିଁ ଚେକ କରନ୍ତୁ ଏବଂ ଇନଷ୍ଟଲେସନ ଶେଷ ନହେବା ପର୍ଯ୍ୟନ୍ତ ଏହାକୁ ଅନଲଗ୍ କରନ୍ତୁ ନାହିଁ ।
. ଆପଣ ବର୍ତ୍ତମାନ iOS 16.6, iPadOS 16.6, macOS Ventura 13.5 କିମ୍ବା watchOS 9.6 ଚଲାଇପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.