ଭୁବନେଶ୍ଵରର ଇନ୍ଦିରା କଲୋନୀ, ଏଟିଏମକୁ ଛୁଇଁଲେ ମାରୁଛି କରେଣ୍ଟ

ଏଟିଏମକୁ ଛୁଇଁଲେ ମାରୁଛି କରେଣ୍ଟ । ଟଙ୍କା ଉଠାଇବା ପାଇଁ ନମ୍ବର ବଟନ୍‌ ଛୁଇଁବା ମାତ୍ରେ ଲାଗୁଛି ଝଟକା । ଏଭଳି ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ଵରର ଧଉଳି ଥାନାର ଇନ୍ଦିରା କଲୋନୀ ଠାରେ ।

ଏଟିଏମକୁ ଛୁଇଁଲେ ମାରୁଛି କରେଣ୍ଟ । ଟଙ୍କା ଉଠାଇବା ପାଇଁ ନମ୍ବର ବଟନ୍‌ ଛୁଇଁବା ମାତ୍ରେ ଲାଗୁଛି ଝଟକା । ଏଭଳି ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ଵରର ଧଉଳି ଥାନାର ଇନ୍ଦିରା କଲୋନୀ ଠାରେ । ଏନେଇ ଅଭିଯୋଗ ପରେ ମଧ୍ୟ ଏଟିଏମ ଠିକ୍‌ ହୋଇନଥିବା ଅଭିଯୋଗ ହୋଇଛି ।

ଜଣେ ଯୁବକ ଆଜି ଟଙ୍କା ଉଠାଇବାକୁ ଏଟିଏମକୁ ଯାଇଥିଲେ । ନମ୍ବର ବଟନ୍‌କୁ ଛୁଇଁବା ମାତ୍ରେ ତାଙ୍କୁ କରେଣ୍ଟ ମାରିଥିଲା । ଏଟିଏମରେ ଟେଷ୍ଟର୍‌ ମାରିବାରୁ କରେଣ୍ଟ ଥିବା ଦେଖାଇଥିଲା । ଯଦି ଅସାବଧାନତାରୁ କାହାର ଜୀବନ ଚାଲିଯାଏ ତେବେ ଏଥିପାଇଁ କିଏ ଦାୟୀ ରହିବ ବୋଲି ସ୍ଥାନୀୟ ବାସିନ୍ଦା ପ୍ରଶ୍ନ କରିଛନ୍ତି । କିଛିଦିନ ତଳେ ଦିଲ୍ଲୀରେ ଏକ ଜିମ୍‌ରେ ଟ୍ରେଡ୍‌ମିଲ୍‌ ବ୍ୟବହାର କରୁଥିବା ସମୟରେ ଜଣେ ଯୁବକଙ୍କୁ କରେଣ୍ଟ ମାରିଥିଲା ଓ ତାଙ୍କର ମୃତ୍ୟୁ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.