ବିଗ୍‌ ବସ୍‌ ଓଟିଟି ୨ ରୁ ବାହାରକୁ ବାହାରିଲେ ପୂଜା ଭଟ୍ଟ, ଜାଣନ୍ତୁ କଣ ରହିଛି କାରଣ

ବିଗ୍‌ ବସ୍‌ ଓଟିଟି ୨ ରୁ ବାହାରକୁ ବାହାରିଲେ ପୂଜା ଭଟ୍ଟ । ପୂଜାଙ୍କ ଶରୀର ଅସୁସ୍ଥ ହେବା ଯୋଗୁ ଅଧାରୁ ଛାଡିଲେ ସୋ । ଏହା ଶୁଣି ଫ୍ୟାନ୍ସ ହେଲେ ନିରାଶ ।

ବିଗ୍‌ ବସ୍‌ ଓଟିଟି ୨ ଟିଭି ଦୁନିଆର ଏକ ରିଆଲିଟି ସୋ ଯାହା ଅନେକ ଲୋକପ୍ରିୟତା ହାସଲ କରିଛି । ଏହି ସୋ ଟିଭି ଦୁନିଆରେ ଅନେକ ସମୟ ଧରି ଚର୍ଚ୍ଚାରେ ରହିଥାଏ । ବିଗ୍‌ ବସ୍‌ ର ଅନେକ ସିଜିନ ଶେଷ ହୋଇସାରିଛି । ଏହି ସୋ ରେ କିଛି ନା କିଛି କାରଣରୁ ଚର୍ଚ୍ଚାରେ ରହିଥାଏ । କେତେ ବେଳେ ଆକାଂକ୍ଷା ଓ ଜେଡି ହାଦିଦ୍‌ଙ୍କ କିସ୍‌କୁ ନେଇ ତ ଆଉ କେତେ ବେଳେ ବିଗ୍‌ ବସ୍‌ ହାଉସ୍‌ରେ ଅନ୍ୟ ପ୍ରତିଯୋଗୀଙ୍କୁ ନେଇ ।

ଏବେ ପୁଣି ଏହି ସୋ ଚର୍ଚ୍ଚାରେ ଆସିଛି ପୂଜା ଭଟ୍ଟଙ୍କ ବିଗ୍‌ ବସ୍‌ ହାଉସରୁ ବାହାରିବାକୁ ନେଇ । ପୂଜା ଭଟ୍ଟ ରାତି ମଧ୍ୟରେ ସୋ ରୁ ବାହାରି ଯିବାରୁ ଏହି କଥା ଚର୍ଚ୍ଚାର ବିଷୟ ହୋଇଛି । ପୂଜା ଭଟ୍ଟ ସୋ ର ଜଣେ ମଜବୁତ ପ୍ରତିଯୋଗୀ ଥିଲେ । ପୂଜା ଭଟ୍ଟଙ୍କ ସ୍ୱାସ୍ଥ୍ୟ ହଠାତ୍‌ ଖରାପ ହେବାରୁ ସେ ସୋକୁ ଅଧାରୁ ଛାଡି ଦେଇଛନ୍ତି । ଏହି କଥା ଶୁଣି ତାଙ୍କ ଫ୍ୟାନ୍ସମାନେ ଦୁଃଖ ପ୍ରକାଶ କରିଛନ୍ତି ଓ ନିରାଶ ମଧ୍ୟ ହୋଇଛନ୍ତି ।

ଏହି ଖବର ଆସିବା ପରେ ସୋ ରେ କିଛି ପ୍ରତିଯୋଗୀ ଖୁସି ହୋଇଛନ୍ତି ତ ଆଉ କିଛି ପ୍ରତିଯୋଗୀ ଦୁଃଖ ପ୍ରକାଶ କରିଛନ୍ତି । ପୁଜା ଭଟ୍ଟ ଏହି ସୋ ରେ ରହିବା ପାଇଁ ୪୫ ହଜାର ଟଙ୍କା ନେଉ ଥିଲେ । ବିଗ୍‌ ବସ୍‌ ହାଉସରେ କିଛି  ନା କିଛି କଥାକୁ ନେଇ ଚର୍ଚ୍ଚାରେ ରହୁଥିଲେ ପୂଜା ଭଟ୍ଟ ।

ପୂଜା ଭଟ୍ଟ ଜଣେ ବଲିଉଡ ଇଣ୍ଡଷ୍ଟ୍ରୀର ଲୋକପ୍ରିୟ ଅଭିନେତ୍ରୀ । ସେ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଅନେକ ଫିଲ୍ମ କରିଛନ୍ତି । ପୂଜା ତାଙ୍କ ଅଭିନୟ ଜରିଆରେ ଅନେକ ଲୋକଙ୍କ ମନ ଜିତିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.