Below header

ସେପ୍ଟେମ୍ବରରେ ୧୩ ଦିନ ବନ୍ଦ ରହିବ ବ୍ୟାଙ୍କ, ବ୍ୟାଙ୍କ ଯିବା ପୂର୍ବରୁ ଜାଣିନିଅନ୍ତୁ ଛୁଟି

ଆଉ ମାତ୍ର ୪ ଦିନରେ ସେପ୍ଟେମ୍ବର ମାସ ଆରମ୍ଭ ହେବାକୁ ଯାଉଛି। ଗଣେଶ ଚତୁର୍ଥୀ ପରଦିନରୁ ସେପ୍ଟେମ୍ବର ମାସ ଆରମ୍ଭ ହେଉଛି। ତେବେ ଏହି ମାସରେ ଯଦି ଆପଣଙ୍କର ବ୍ୟାଙ୍କ ସହିତ ଜଡିତ କିଛି କାମ କରିବାର ରହିଛି, ତେବେ ଏହି ଖବର ଆପଣଙ୍କ ପାଇଁ ନିଶ୍ଚିତ ଜରୁରୀ। ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ସେପ୍ଟେମ୍ବର ୨୦୨୨ର ଛୁଟି ତାଲିକା ଜାରି ହୋଇଛି। ଏହି ତାଲିକା ଅନୁସାରେ ସେପ୍ଟେମ୍ବରରେ ମୋଟ୍‌ ୧୩ ଦିନ ବ୍ୟାଙ୍କ ବନ୍ଦ ରହିବ।

ଏଥିରେ ପର୍ବପର୍ବାଣୀ ବ୍ୟତୀତ ଶନିବାର ଏବଂ ରବିବାର ସାମିଲ ରହିଛି। ତେବେ କେଉଁ କେଉଁ ଦିନ ବ୍ୟାଙ୍କ ବନ୍ଦ, ତାହା ପୂର୍ବରୁ ଜାଣିନିଅନ୍ତୁ…

୧ ସେପ୍ଟେମ୍ବର : ଗଣେଶ ପୂଜା (ଦ୍ୱିତୀୟ ଦିନ)
୪ ସେପ୍ଟେମ୍ବର: ରବିବାର
୬ ସେପ୍ଟେମ୍ବର: କର୍ମା ପୂଜା (ରାଞ୍ଚି)
୭ ସେପ୍ଟେମ୍ବର: ପ୍ରଥମ ଓନମ (କୋଚି ଏବଂ ତିରୁଅନନ୍ତପୁରମ)
୮ ସେପ୍ଟେମ୍ବର :ଥିରୁ ଓନମ (କୋଚି ଏବଂ ତିରୁଅନନ୍ତପୁରମ)
୯ ସେପ୍ଟେମ୍ବର : ଇନ୍ଦ୍ରଯାତ୍ରା ( ଗ୍ୟାଙ୍ଗଟକ)
୧୦ ସେପ୍ଟେମ୍ବର : ଦ୍ୱିତୀୟ ଶନିବାର
୧୧ ସେପ୍ଟେମ୍ବର: ରବିବାର
୧୮ ସେପ୍ଟେମ୍ବର : ରବିବାର
୨୧ ସେପ୍ଟେମ୍ବର: ଶ୍ରୀ ନରବଣ ଗୁରୁ ସମାଧି ଦିବସ(କୋଚି ଏବଂ ତିରୁଅନନ୍ତପୁରମ)
୨୪ ସେପ୍ଟେମ୍ବର : ଚତୁର୍ଥ ଶନିବାର
୨୫ ସେପ୍ଟେମ୍ବର: ରବିବାର

ଲିଷ୍ଟ ଦେଖିବା ପାଇଁ ଏଠାରେ କ୍ଲିକ କରନ୍ତୁ :

https://www.rbi.org.in/Scripts/HolidayMatrixDisplay.aspx

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.