କଣ ଆପଣଙ୍କ PPO ନମ୍ବର ହଜି ଯାଇଛି। ତାହେଲେ ଜାଣିଛନ୍ତି କି ନାହିଁ ଆପଣଙ୍କ ପେନସନ୍ ଅଟକି ଯାଇପାରେ। ଆଉ ଆପଣଙ୍କୁ ଅନେକ ସମସ୍ୟାକୁ ସାମ୍ନା ବି କରିବାକୁ ପଡିପାରେ। ଏମ୍ପଲୟୀ ପେନସନ ସ୍କିମରେ ଆସୁଥିବା ପେନସନଧାରକଙ୍କୁ ଏକ ୟୁନିକ ନମ୍ବର ଦିଆଯାଇଥାଏ। ଯାହାକୁ ପେନସନ୍ ପେମେଣ୍ଟ ଅର୍ଡର ବା PPO କୁହାଯାଏ। ଏହି PPO ନମ୍ବର ଆଧାରରେ ପେନସନ ଧାରକଙ୍କୁ ରିଟାୟରମେଣ୍ଟ ପରେ ପେନସନ୍ ମିଳିଥାଏ। ଆପଣ ଏହାକୁ ସହଜରେ ପୁର୍ନବାର ବି ହାସଲ କରିପାରିବେ।
କେତେ ଜରୁରୀ ଏହି PPO ନମ୍ବର ଜାଣନ୍ତୁ
କର୍ମଚାରୀ ଭବିଷ୍ୟ ନିଧି ସଂଗଠନ ପକ୍ଷରୁ କୌଣସି ବି କମ୍ପାନୀରୁ ରିଟାୟର ହେବାକୁ ଥିବା ବ୍ୟକ୍ତିଙ୍କୁ ଏକ PPO ନମ୍ବର ଜାରି କରାଯାଇଥାଏ। ଏହା ବିନା ପେନସନ୍ ମିଳିନଥାଏ। ଏଥିପାଇଁ ଏହି ନମ୍ବର ରହିବା ବହୁତ ଜରୁରୀ। କର୍ମଚାରୀ ଭବିଷ୍ୟ ନିଧି ସଂଗଠନ ପକ୍ଷରୁ ଲାଭାର୍ଥୀଙ୍କ ପରିଚୟ ପାଇଁ ଦିଆଯାଇଥିବା PPO ନମ୍ବରରୁ ସାଲାରୀ ଷ୍ଟାଟସ ଚେକ୍ କରିବା ଆଦି ସୁବିଧା ମିଳିଥାଏ। ତାହେଲେ ଆସନ୍ତୁ ଜାଣିବା ଯଦି ଏହି ନମ୍ବର କୌଣସି ଭୁଲ ବଶତଃ ହଜି ଯାଇଛି ତାହେଲେ ଏହାକୁ ପୁନର୍ବାର ହାସଲ କରିବାର ପ୍ରକ୍ରୀୟା ବିଷୟରେ।
ପୁର୍ନବାର ହାସଲ କରିବା କେମିତି କରିବେ ଆବେଦନ ଜାଣନ୍ତୁ
- ସର୍ବପ୍ରଥମେ କର୍ମଚାରୀ ଭବିଷ୍ୟ ନିଧି ସଂଗଠନ ବା ଇପିଏଫଓର ଅଫିସିଆଲ ୱେବସାଇଟ https://www.epfindia.gov.in/site_en/index.php କୁ ଯାଆନ୍ତୁ।
- ଏବେ ‘ଅନଲାଇନ୍ ସର୍ଭିସେଜ’ ସେକ୍ସନରେ ‘Pensioners Portal’ ଅପ୍ସନ ଉପରେ କ୍ଲିକ କରନ୍ତୁ।
- ଏବେ ଆପଣଙ୍କ ସାମ୍ନାରେ ଏକ ନୂଆ ପେଜ ଖୋଲିବ। ଏଠାରେ ଆପଣ ‘Know Your PPO No’ ଉପରେ କ୍ଲିକ କରନ୍ତୁ।
- ଏଠାରେ ଆପଣ ନିଜ ବ୍ୟାଙ୍କ ଆକାଉଣ୍ଟ ନମ୍ବର ଏଣ୍ଟର କରନ୍ତୁ ଯେଉଁ ଆକାଉଣ୍ଟକୁ ଆପଣଙ୍କୁ ପ୍ରତି ମାସ ପେନସନ୍ ଆସୁଛି। ଆପଣ ଚାହିଁଲେ ନିଜ ପିଏଫ୍ ନମ୍ବର ଦେଇ ବି ସର୍ଚ୍ଚ କରିପାରିବେ।
- ସମସ୍ତ ଡିଟେଲ୍ସ ଭରିବା ପରେ ଏହାକୁ ସବମିଟ୍ କରିଦିଅନ୍ତୁ।
- ଏହାପରେ ଆପଣଙ୍କୁ ଆପଣଙ୍କ PPO ନମ୍ବର ସ୍କ୍ରୀନ୍ ଉପରେ ଦେଖିବାକୁ ମିଳିବ।
ତେବେ ଆପଣଙ୍କୁ କହିବାକୁ ଚାହିଁବୁ ଯେ ପିିପିଓ ନମ୍ବର ବାଧ୍ୟତାମୂଳକ
- ୧୨ ଅଙ୍କର ଏହି ଖାସ୍ ନମ୍ବର ଆପଣଙ୍କ ପାଇଁ ରେଫରେନ୍ସ ଭଳି କାମ କରିଥାଏ।
- ଏହା ଜରିଆରେ ସେଣ୍ଟ୍ରାଲ ପେନସନ୍ ଆକାଉଣ୍ଟିଙ୍ଗ ଅଫିସରୁ ସମ୍ପର୍କ କରାଯାଇଥାଏ।
- PPO ନମ୍ବର ପେନସନରଙ୍କ ପାସବୁକରେ ଏଣ୍ଟର ହେବା ଦ୍ୱାରା ଗୋଟେ ବ୍ୟାଙ୍କରୁ ଅନ୍ୟ ବ୍ୟାଙ୍କକୁ ନିଜ ଆକାଉଣ୍ଟକୁ ଟ୍ରାନ୍ସଫର କରିବା ମଧ୍ୟ ସହଜ ହୋଇଥାଏ।
- ପେନସନ୍ ସମ୍ବନ୍ଧୀତ କୌଣସି ବି କାମ କିମ୍ବା ଅଭିଯୋଗ ପାଇଁ ଇପିଏଫଓରେ PPO ନମ୍ବର ଦେବା ବାଧ୍ୟତାମୂଳକ ହୋଇଥାଏ।
- ପେନ୍ସନ ଷ୍ଟାଟସ ଦେଖିବା ପାଇଁ ମଧ୍ୟ ଏହି ନମ୍ବରକୁ ଲେଖିବା ବହୁତ ଜରୁରୀ ହୋଇଥାଏ।