୧୦ମ ପାସ୍‌ କରିଥିଲେ SAIL ରେ ମିଳିବ ଚାକିରି, ଆଜି ହିଁ କରନ୍ତୁ ଆବେଦନ

ବୋକାରୋ ଷ୍ଟିଲ ପ୍ଲାଣ୍ଟରେ ସରକାରୀ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର। ଷ୍ଟିଲ ଅଥରିଟିରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ। ଭାରତ ସରକାରଙ୍କ ମହାରତ୍ନ କମ୍ପାନୀରେ ନିଯୁକ୍ତି ପାଇଁ ଷ୍ଟିଲ ଅଥରିଟି ଅଫ ଇଣ୍ଡିଆରେ ଭର୍ତ୍ତି ପାଇଁ ଆବେଦନ କରିପାରିବେ। ଏହି ନିଯୁକ୍ତି ଝାରଖଣ୍ଡର ବୋକାରୋ ଷ୍ଟିଲି ସିଟି ସ୍ଥିତି ଷ୍ଟିଲ ପ୍ଲାଣ୍ଟରେ ହେବ।

ପଦବୀ ବିବରଣୀ : ୧୪୬

ଆଣ୍ଟେଡାଣ୍ଟ କମ୍‌ ଟେକ୍ନିସିଆନ

ଅଣସଂରକ୍ଷିତ ବର୍ଗ : ୫୬
ଓବିସି : ୧୮
ଅନୁସୂଚିତ ଜାତି: ୧୬
ଅନୁସୂଚିତ ଜନଜାତି: ୪୫
EWS : ୧୩

ଜରୁରୀ ତାରିଖ : ଆବେଦନ କରିବାର ତାରିଖ ୨୫ ଅଗଷ୍ଟରୁ ଆରମ୍ଭ ହୋଇଥିବା ପରେ ଶେଷ ତାରିଖ ୧୫ ସେପ୍ଟେମ୍ବ ୨୦୨୨ ପର୍ଯ୍ୟନ୍ତ ରହିବ।

ଆବେଦନ ଶୁଳ୍କ :ସାଧାରଣ ବର୍ଗ ଆବେଦନ କରିବା ପାଇଁ ଶୁଳ୍କ ୨୦୦ ଟଙ୍କା ରହିଥିବା ବେଳେ ଅନୁସୂଚିତ ଜାତି/ଜନଜାତି, ଦିବ୍ୟାଙ୍ଗ ଏବଂ ପୂର୍ବତନ କର୍ମଚାରୀ ୧୦୦ ଟଙ୍କା ଆବେଦନ ଶୁଳ୍କ ଦେବାକୁ ପଡିବ।

ଶିକ୍ଷାଗତ ଯୋଗ୍ୟତା : ଏହି ପଦବୀ ପାଇଁ ଇଚ୍ଛୁକ ପ୍ରାର୍ଥୀକୌଣସି ମାନ୍ୟତାପ୍ରାପ୍ତ ବୋର୍ଡରୁ ମାଟ୍ରିକ ପରୀକ୍ଷାରେ ପାସ୍‌ କରିଥିବା ଜରୁରୀ। ଏହାଛଡା ସମ୍ବନ୍ଧିତ ଟ୍ରେଡରେ ଗୋଟେ ବର୍ଷର ଅପାରଣ୍ଟିସ ଟ୍ରେନିଂ ନେଇଥିବା ଜରୁରୀ।

ବୟସ ସୀମା : ପ୍ରାର୍ଥୀଙ୍କ ସର୍ବାଧିକ ବୟସ ୨୮ ବର୍ଷ ହେବା ଜରୁରୀ। କେନ୍ଦ୍ର ସରକାରଙ୍କ ନିୟମାନୁସାରେ ଅନୁସୂଚିତ ଜାତି, ଜନଜାତି, ଓବିସିଙ୍କୁ ବୟସ ସୀମାରେ କିଛି ରିହାତି ମିଳିବ।

କେମିତି କରିବେ ଆବେଦନ : ଏହି ପଦବୀ ପାଇଁ ଇଚ୍ଛୁକ ଏବଂ ଯୋଗ୍ୟ ଥିବା ପ୍ରାର୍ଥୀ ସେଲ୍‌ର ଅଫିସିଆଲ ପୋଟାର୍ଲ sailcareers.com କୁ ଯାଇ ଜାଣିପାରିବେ। ଏଠାରେ ଉପଲବ୍ଧ ଥିବା ଲିଙ୍କରେ ଡାଇରେକ୍ଟ ଲିଙ୍କକୁ ଯାଇ ଅନଲାଇନ ଆପ୍ଲିକେସନ ପେଜ୍‌ରେ ଆବେଦନ କରିପାରିବେ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ :

https://ucanapplym.s3.ap-south-1.amazonaws.com/sail/pdf/Website%20Advt%20HRP%2022-23%20dtd%2024.08.2022.pdf

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.