ସାମନାକୁ ଆସିଲା ନୂଆ ତଥ୍ୟ: ବ୍ୟାଙ୍କରୁ ୨ଲକ୍ଷ ୩୦ହଜାର ଟଙ୍କାର ବ୍ୟକ୍ତିଗତ ଋଣ କରିଥିଲେ ଶ୍ୱେତା

ଭୁବନେଶ୍ୱର(କେନ୍ୟୁଜ୍): ସଫ୍ଟେଓ୍ଵୟାର ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀଙ୍କର ଆଜି ଦଶାହ । ଦିନ ବଢ଼ିବା ସହ ଡେଥ ସସପେନ୍ସ ବଢୁଛି । ସାମନାକୁ ଆସିଲା ନୂଆ ତଥ୍ୟ । ଲୋନ୍‌ କରିଥିଲେ ଶ୍ୱେତା । ବ୍ୟାଙ୍କରୁ ୨ଲକ୍ଷ ୩୦ହଜାର ଟଙ୍କାର ବ୍ୟକ୍ତିଗତ ଋଣ କରିଥିଲେ । ହ୍ଵାଟ୍‌ସ ଆପ୍‌ ମେସେଜ୍‌ ପରେ ଆଜି ସାମନାକୁ ଆସିଛି ଶ୍ୱେତା କରିଥିବା ବ୍ୟାଙ୍କ ଲୋନ୍‌ର ଷ୍ଟେଟମେଣ୍ଟ । ଶ୍ୱେତାଙ୍କ ଟଙ୍କାରେ ସୌମ୍ୟଜିତ ଅୟସ୍‌ କରୁଥିବା ଅଭିଯୋଗ କରିଛନ୍ତି ତାଙ୍କ ପରିବାର ଲୋକ । ଏନେଇ ପୋଲିସକୁ ଶ୍ୱେତାଙ୍କ ପରିବାର ଲୋକ ତଥ୍ୟ ଦେଇଛନ୍ତି ।

ଶ୍ୱେତା ଭଲ ଚାକିରି କରିଥିଲେ ଓ ଭଲ ଦରମା ବି ପାଉଥିଲେ । ତେବେ କାହିଁକି ଲୋନ୍‌ କରିଥିଲେ ତାହା ଏବେ ପ୍ରଶ୍ନବାଚୀ । ପୂର୍ବରୁ ସୌମ୍ୟଜିତଙ୍କ ମାଆଙ୍କ ସହ ଶ୍ୱେତାଙ୍କ ହ୍ଵାଟ୍‌ସ ଆପ୍‌ ମେସେଜ ଭାଇରାଲ୍‌ ହୋଇଥିଲା । ପୋଲିସ ତଦନ୍ତକୁ ଜୋରଦାର କରିଥିବା ବେଳେ ଶ୍ୱେତାଙ୍କ କଲ୍‌ ରେକର୍ଡସର ଯାଞ୍ଚ କରିଛି । ତାଙ୍କର ବ୍ୟାଙ୍କ ଟ୍ରାଞ୍ଜାକସନ୍‌ ଓ ସୁଇସାଇଡ୍‌ କରିଥିବା ଆପାର୍ଟମେଣ୍ଟରୁ ଜବତ ଡାଏରୀରୁ ପୋଲିସ ହାତରେ ସୁରାକ ମିଳିଛି । ଶ୍ୱେତାଙ୍କ ୪ ଜଣ ସାଙ୍ଗକୁ ବି ପୋଲିସ ପଚରାଉଚରା କରିଛି । ଯେଉଁମାନେ ଶ୍ୱେତା ଓ ସୌମ୍ୟଜିତଙ୍କ ସମ୍ପର୍କ ବାବଦରେ ଜାଣିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.