ରାଜଧାନୀରେ ଚାଞ୍ଚଲ୍ୟ! ପଟିଆ ସ୍ଥିତ ଏକ ଘରୋଇ ସ୍କୁଲରେ +୨ ରେ  ପଢୁଥିବା ଛାତ୍ର ନିଖୋଜ

ଭୁବନେଶ୍ୱର(କେନ୍ୟୁଜ୍): ରାଜଧାନୀରେ ଚାଞ୍ଚଲ୍ୟ। ପଟିଆ ସ୍ଥିତ ଏକ ଘରୋଇ ସ୍କୁଲରେ +୨ ରେ  ପଢୁଥିବା ଛାତ୍ର ନିଖୋଜ। ସ୍କୁଲରେ ମାତ୍ରାଧିକ ରାଗିଂ ନେଇ ଗତକାଲି ସକାଳୁ ଆସିଥିଲା ଅଭିଯୋଗ। ତେବେ ଗତକାଲି ରାତିରେ ଅପହରଣ କରାଯାଇଥିବା ନେଇ ହଠାତ୍ ମିଳିଥିଲା ସୂଚନା। ଅପହରଣ ହୋଇଥିବା ଛାତ୍ରଙ୍କ ନାମ ହେଉଛି ହୃଦଏସ ପଣ୍ଡା(୧୬)। ଏହି ଘଟଣା ପରେ ଆଇନର ଆଶ୍ରୟ ନେଇଛନ୍ତି ଛାତ୍ରଙ୍କ ବାପା ରାମକୃଷ୍ଣ ପଣ୍ଡା। ଘଟଣାରେ ସ୍କୁଲ କର୍ତ୍ତୃପକ୍ଷଙ୍କ ସମ୍ପୃକ୍ତି ନେଇ ସେ ଅଭିଯୋଗ କରିଛନ୍ତି ।

ଏହା ସହିତ ତାଙ୍କୁ ଏକ ଅଜ୍ଞାତ ନମ୍ବରରୁ ଫୋନ କଲ୍ ଆସୁଥିବାନେଇ ସେ ପୋଲିସକୁ ଜଣାଇଛନ୍ତି। ସୂଚନା ମୁତାବକ, ଗତକାଲି ୪ ଟା ବେଳେ ସେ ଶେଷଥର ପାଇଁ ପୁଅ ସହିତ କଥା ହୋଇଥିଲେ। କେହି ପୁଅର ମୁଣ୍ଡ ଜାମିନ ରଖିଥିବା ନେଇ ରାମକୃଷ୍ଣ ଆଶଙ୍କା କରୁଥିବାବେଳେ, ଏହି ଖବର ପାଇ ସେ ତୁରନ୍ତ ପାରାଦୀପରୁ ଆସି ସ୍କୁଲରେ ପହଁଚିଥିଲେ। ସୂଚନା ଥାଉକି, ବାପା ହୃଦଏସଙ୍କ ବାପା ରାମକୃଷ୍ଣ ଜଣେ ମେରାଇନ ପାଇଲଟ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.