IndiGo ବିମାନରେ ବୋମା! ସୂଚନା ମିଳିବା କ୍ଷଣି ଭୟଭୀତ ହୋଇ ପଡ଼ିଲେ ଯାତ୍ରୀ, ରୋକି ଦିଆଗଲା ଚେନ୍ନାଇ-ଦୁବାଇ ଉଡ଼ାଣ

ଚେନ୍ନାଇରୁ ଦୁବାଇ ପାଇଁ ଉଡ଼ାଣ ଭରିବାକୁ ଥିବା ଏକ ଇଣ୍ଡିଗୋ ବିମାନକୁ ଅଚାନକ୍‌ ରୋକି ଦିଆଯାଇଛି। କାରଣ, ବିମାନ ଭିତରେ ବୋମା ଥିବା ନେଇ କଣ୍ଟ୍ରୋଲ ରୁମ୍‌କୁ ଏକ ଫୋନ୍‌ କଲ୍‌ ଆସିଥିଲା, ଯେଉଁ ଖବର ଶୁଣି ଯାତ୍ରୀମାନେ ଭୟଭୀତ ହୋଇ ପଡ଼ିଥିଲେ। ସୂଚନା ମୁତାବକ, ବିମାନ ଉଡ଼ିବାକୁ ପ୍ରସ୍ତୁତ ହେଉଥିବା ବେଳେ କେହି ଜଣେ ଅଜଣା ବ୍ୟକ୍ତି ଫୋନ୍‌ ଯୋଗେ କହିଥିଲେ କି, ବିମାନରେ ବୋମା ରଖାଯାଇଛି। ସକାଳ ୭ଟା ୨୦ ମିନିଟ୍‌ରେ ବିମାନଟି ଉଡ଼ାଣ ଭରି ଥାଆନ୍ତା।

ପୋଲିସର କହିବା ହେଲା, ପ୍ରାଥମିକ ତଦନ୍ତରୁ ଏହା ମିଥ୍ୟା ଫୋନ୍‌ କଲ୍‌ ବୋଲି ଜଣାପଡ଼ିଛି। ବିମାନକୁ ତନ୍ନ ତନ୍ନ କରି ଯାଞ୍ଚ କରାଯାଇଛି, ହେଲେ ସେଥିରୁ କୌଣସି ବି ବିସ୍ଫୋରକ ପଦାର୍ଥ ମିଳିନାହିଁ। ବିମାନରେ ବୋମା ନାହିଁ ବୋଲି ଜାଣିବା ପରେ ଯାତ୍ରୀମାନେ ଆଶ୍ୱସ୍ତି ହୋଇଥିଲେ। ତେବେ ପୋଲିସ ଫୋନ୍‌ କରିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରି ନେଇଛି, ଖୁବ୍‌ଶୀଘ୍ର ତାଙ୍କୁ ଗିରଫ କରାଯିବ ବୋଲି କହିଛି।

ପୋଲିସ କହିଛି ଯେ ବିମାନଟି ଉଡ଼ାଣ ଭରିବା ପୂର୍ବରୁ ହଠାତ୍‌ କଣ୍ଟ୍ରୋଲ ରୁମ୍‌କୁ ଏକ ଅଜଣା ନମ୍ବରରୁ କଲ୍‌ ଆସିଥିଲା। ଏହାପରେ ବିମାନବନ୍ଦର ପୋଲିସକୁ ସତର୍କ କରି ଦିଆଇଥିଲା। ଅଧିକାରୀମାନେ କହିଛନ୍ତି, ବିମାନରେ ପାଖାପାଖି ୧୬୦ ଯାତ୍ରୀ ଥିଲେ। ସକାଳ ୭ଟା ୨୦ ମିନିଟ୍‌ରେ ବିମାନ ଉଡ଼ାଣ ଭରିବା ପାଇଁ ପ୍ରସ୍ତୁତ ଥିଲା। ହେଲେ ଖବର ଶୁଣିବା ପରେ ତାହାକୁ ରୋକି ଦିଆଯାଇଥିଲା। ଏହି ଘଟଣାରେ ଅଭିଯୁକ୍ତ ଖୁବ୍‌ଶୀଘ୍ର ଗିରଫ ହେବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.