Below header

ଏୟାରଟେଲର କୋଟି କୋଟି ଗ୍ରାହକଙ୍କ ପାଇଁ ବଡ଼ ଖବର, ଦେଶର ୧୧ ଟି ସ୍ଥାନରେ ବନ୍ଦ ହେଲା ଏହି ସର୍ଭିସ

ଟେଲିକମ କମ୍ପାନୀ ଭାରତୀ ଏୟାରଟେଲ ଗତ ବୁଧବାର ଦିନ ୧୧ ଟି ସ୍ଥାନରେ ନିଜର 3G ନେଟୱାର୍କ ବନ୍ଦ କରିଦେଇଛି ବୋଲି କମ୍ପାନୀ ପକ୍ଷରୁ ସୂଚନା ମିଳିଛି । ଚଳିତ ବର୍ଷ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଥିବା ସ୍ପେକ୍ଟରମକୁ ବୁଷ୍ଟ କରି ନିଜର 4G ନେଟୱାର୍କକୁ ରିଫାର୍ମ କରିବା ପାଇଁ ଏୟାରଟେଲର ଯୋଜନା ରହିଛି । ଟେଲିକମ ସେକ୍ଟରର ଏହି ଦୃଢ ପ୍ରତିଯୋଗିତା ମଧ୍ୟରେ ସବସ୍କ୍ରାଇବର ମାନଙ୍କୁ ହାଇସ୍ପିଡ଼ ଇଣ୍ଟରନେଟ ପହଁଞ୍ଚାଇବା ହେଉଛି ଏୟାରଟେଲର ଲକ୍ଷ୍ୟ । ସୂଚନା ଅନୁଯାୟୀ ଗତବର୍ଷ ଅଗଷ୍ଟ ମାସରେ ଏୟାରଟେଲ 2020 ମସିହା ମାର୍ଚ୍ଚ ମାସ ମଧ୍ୟରେ ସାରା ଦେଶରେ ୨୨ ଟି ଟେଲିକମ ସର୍କଲ ମଧ୍ୟରେ ନିଜର 3G ନେଟୱାର୍କ ବନ୍ଦ କରିବ ବୋଲି ଘୋଷଣା କରିଥିଲା । 3G ନେଟୱାର୍କ ବନ୍ଦକରି କମ୍ପାନୀ ନିଜର ଫୋକସ ୟୁଜର୍ସ ମାନଙ୍କୁ ଭଲ ସର୍ଭିସ ଦେବାରେ ଖର୍ଚ୍ଚ କରିବ ବୋଲି ଘୋଷଣା କରିଛି ।

ଭାରତୀ ଏୟାରଟେଲ ଗତବର୍ଷ ଜୁଲାଇ ମାସରେ 3G ନେଟୱାର୍କ ବନ୍ଦ କରିବାର ପ୍ରକ୍ରିୟା ଆରମ୍ଭ କରିଥିଲା । ତେବେ କୋଲକାତା ପରେ ହରିୟାଣା ଓ ପଞ୍ଜାବରେ 3G ସର୍ଭିସ ବନ୍ଦ କରିଦେଇଥିଲା ଓ ବର୍ତ୍ତମାନ ଦିଲ୍ଲୀ ଏନସିଆରରେ ନିଜର 3G ସେବା ବନ୍ଦ କରିଦେଇଛି । ଯଦିଓ ଟେଲିକମ କମ୍ପାନୀ ଏବେ ବି ଫିଚର ଫୋନ ଗ୍ରାହକ ମାନଙ୍କୁ 2G ସର୍ଭିସ ପ୍ରଦାନ କରୁଛି । ତେବେ ଏୟାରଟେଲ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀଙ୍କ କହିବା ଅନୁଯାୟୀ ୧୧ ଟି ସର୍କଲରେ ଏୟାରଟେଲର 3G ସେବା ବନ୍ଦ ହୋଇସାରିଛି ଏବଂ ଆମର ସମସ୍ତ 2100MHz ସ୍ପେକ୍ଟରମ ମାର୍ଚ୍ଚ ପର୍ଯ୍ୟନ୍ତ 4G ନେଟୱାର୍କ ରିଫର୍ମ ହେବ ।

Airtel के करोड़ों ग्राहकों के लिए बड़ी खबर! अब इन 11 सर्किल में बंद हुई ये सर्विस

ମୋବାଇଲ ଫୋନ ପାଇଁ ଭଏସ ଓଭର ଲଙ୍ଗ ଟର୍ମ ଏଭାଲ୍ୟୁସନ(VOLTE) ଏକ ହାଇ ସ୍ପିଡ଼ ଓୟାରଲେସ କମ୍ୟୁନିକେସନ ସିଷ୍ଟମ ଅଟେ । ତେବେ ଭାରତରେ କେବଳ ରିଲାଏନ୍ସ ଜିଓ 4G-VoLTE ନେଟୱାର୍କ ଅପରେଟ କରିଥାଏ । ରାଜସ୍ୱ ଆୟ ପାଇଁ ବିଶ୍ଵର ଦ୍ଵିତୀୟ ବଡ଼ ଟେଲିକମ ଅପରେଟର ଏୟାରଟେଲର ପ୍ଲାନ ଧୀରେ ଧୀରେ 2G ଓ 4G ନେଟୱାର୍କ ଉପରେ ଫୋକସ କରୁଛି । ତେବେ ଭୋଡାଫୋନ-ଆଇଡ଼ିଆ ବର୍ତ୍ତମାନ 2G, 3G ଏବଂ 4G ଅପରେଟ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.