ଫେମସ ହେବାକୁ ଆଖିଡୋଳାକୁ ବି ଛାଡ଼ୁନାହାନ୍ତି ଟିକଟକ ପ୍ରେମୀ, ଦେଖନ୍ତୁ କେମିତି ନେଉଛନ୍ତି ବିପଦପୂର୍ଣ୍ଣ ଚ୍ୟାଲେଞ୍ଜ

ସୋସିଆଲ ମିଡ଼ିଆ ଲୋକମାନଙ୍କର ଜୀବନକୁ ଏତେ ସହଜ କରିଦେଇଛି ଯେ ମାତ୍ର ଗୋଟିଏ କ୍ଲିକରେ ଲୋକମାନେ କାହା ସହିତ ବି କନେକ୍ଟ ହୋଇଯାଉଛନ୍ତି । ତେବେ ଦିନକୁ ଦିନ ସୋସିଆଲ ମିଡ଼ିଆର ବ୍ୟବହାର ବଢ଼ିବାରେ ଲାଗିଛି । ଏହାର କାରଣ ହେଉଛି ଲୋକମାନଙ୍କୁ ଟିକଟକ, ଇନଷ୍ଟାଗ୍ରାମ ଭଳି ପ୍ଲାଟଫର୍ମ ଦ୍ୱାରା ଲୋକପ୍ରିୟ ହେବାର ମଉକା ମିଳୁଛି । ଯଦି ଆମେ କେବଳ ଟିକଟକ କଥା କହିବା ତାହେଲେ ଏଠାରେ ଲୋକମାନେ ଫନି ବ୍ୟତୀତ କିଛି ଅଜବ ପୋଷ୍ଟ କଲେ ମଧ୍ୟ ଭାଇରଲ ହୋଇଯାଉଛନ୍ତି ।

Image result for tiktok-viral-video-challenge-on-social-media-eye-challenge-changes-color-of-eyes-can-lead-to-blindness

ଆଜିକାଲି ଟିକଟକରେ ଏକ ଆଶ୍ଚର୍ଯ୍ୟକର ଓ ବିପଦଜନକ ଚ୍ୟାଲେଞ୍ଜ ଭାଇରଲ ହେବାରେ ଲାଗିଛି । ଭିଡିଓ ସେୟାରିଂ ଆପ ଟିକଟକ ଏଥର ଇଣ୍ଟରନେଟରେ ନିଜର ଏହି ବିପଜ୍ଜନକ ଟ୍ରେଣ୍ଡକୁ ନେଇ ଚର୍ଚ୍ଚାରେ ରହିଛି । ତେବେ ଏହି ଚ୍ୟାଲେଞ୍ଜଟି ହେଉଛି ଆଇ ଚ୍ୟାଲେଞ୍ଜ ଯେଉଁଥିରେ ୟୁଜର୍ସ ମାନେ ନିଜ ଆଖିର ଡୋଳାରେ ଫ୍ଲାଶ ପକାଇ ଭିଡିଓ ରେକର୍ଡ କରୁଛନ୍ତି ଏବଂ ଏଥିରେ ଟିକଟକର S5 ଫିଲ୍ଟର ବ୍ୟବହାର କରି ଆଖିର ରଙ୍ଗ ପରିବର୍ତ୍ତନ କରୁଛନ୍ତି ।

@3ys7pb6nchange ur eye color w 1 filter!! i always use this #browneyes #blueeyes #s5 #foryoupage #duetthis♬ filter eyes trend – vvaalentinnaa


ସୂଚନା ଅନୁଯାୟୀ ଏହି ଟ୍ରେଣ୍ଡ ଟିକଟକ ୟୁଜର Maliabrooଙ୍କ ଠାରୁ ଆରମ୍ଭ ହୋଇଥିଲା । ସେ ଏହି ଭିଡିଓ ସେୟାର କରି ଦାବି କରିଥିଲେ ଯେ ଯଦି କାହାର ଆଖିର ରଙ୍ଗ ଧୂସର ହୋଇଥିବ ତାହେଲେ ଟିକଟକର S5 ଫିଲ୍ଟର ଏହାକୁ ନୀଳରଙ୍ଗ କରିଦେବ । ଏଥିରେ ଯୁବତୀ ଜଣକ ନିଜ ଆଖିକୁ ନୀଳ କରି ମଧ୍ୟ ଦେଖାଇଛନ୍ତି । ତେବେ ତା ପରଠାରୁ ଏହି ଚ୍ୟାଲେଞ୍ଜ ଧୀରେ ଧୀରେ ବଢ଼ିବାରେ ଲାଗିଛନ୍ତି ଏବଂ ଅନେକ ଲୋକ ଏହାକୁ ଟ୍ରାଏ କରୁଥିବାର ମଧ୍ୟ ଦେଖିବାକୁ ମିଳିଛି ।

Image result for tiktok-viral-video-challenge-on-social-media-eye-challenge-changes-color-of-eyes-can-lead-to-blindness

ରିପୋର୍ଟ ଅନୁଯାୟୀ ଟିକଟକର S5 ଫିଲ୍ଟର ପ୍ରିସେଟ ଫିଲ୍ଟର ଅଟେ । ଯେଉଁଥିରେ ଆଖିର ରଙ୍ଗ ନୀଳ ହୋଇଯାଇଥାଏ କିନ୍ତୁ ପ୍ରକୃତରେ ଏହାଦ୍ୱାରା ଆଖିର ରଙ୍ଗ ନୀଳ ହୋଇଯାଏ ନାହିଁ । କିଛି ୟୁଜର୍ସ ଏହି ଚ୍ୟାଲେଞ୍ଜକୁ ନେଇ ଚେତାବନୀ ମଧ୍ୟ ଜାରି କରିଛନ୍ତି । ଯେଉଁଥିରେ କୁହାଯାଇଛି ଯେ ‘eye challenge’ରେ ଫ୍ଲାଶ ଦ୍ୱାରା ଦୃଷ୍ଟିଶକ୍ତି ଉପରେ ଏହାର ପ୍ରଭାବ ପଡିପାରେ ଏବଂ ଆପଣ ଦୃଷ୍ଟିହୀନ ହୋଇଯିବାର ସମ୍ଭାବନା ମଧ୍ୟ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.