Below header

ମା ଅମୃତା ସିଂଙ୍କ ଚୁଲବୁଲି ଅନ୍ଦାଜରେ ନଜର ଆସିବେ ସାରା, ଏହି ଫିଲ୍ମର ରିମେକରେ ହେବ ଏଣ୍ଟ୍ରି

ବଲିଉଡର କଲ୍ଟ କମେଡି କୁହାଯାଉଥିବା ଅନିଲ କପୁର ଓ ଅମୃତା ସିଂ ଙ୍କ ଅଭିନୀତ ଫିଲ୍ମ “ଚେମେଲୀ କି ସାଦୀ” ଆଜି ବି ଲୋକମାନଙ୍କ ଫେବରେଟ ଲିଷ୍ଟରେ ରହିଛି । ଫିଲ୍ମରେ ଅମୃତା ସିଂଙ୍କ ଚୁଲବୁଲି ଅନ୍ଦାଜ ଲୋକମାନଙ୍କୁ ବହୁତ ପସନ୍ଦ ଆସିଥିଲା । ତେବେ ଶୁଣିବାକୁ ମିଳୁଛି ଯେ ଏହି କମେଡି ଫିଲ୍ମର ରିମେକ ହେବାକୁ ଯାଉଛି ଯେଉଁଥିରେ ମା ଅମୃତା ସିଂଙ୍କ ଚରିତ୍ରରେ ଦେଖିବାକୁ ମିଳିବେ ଝିଅ ସାରା ଅଲ୍ଲୀ ଖାନ । ତାହେଲେ ଆସନ୍ତୁ ସମ୍ପୂର୍ଣ୍ଣ ସୂଚନା ।

Image result for sara ali khan and amrita singh

ଚଳଚ୍ଚିତ୍ର କେଦାରନାଥ ଜରିଆରେ ସାରା ଅଲ୍ଲୀ ଖାନ ବଲିଉଡରେ ନିଜର ଧମାକାଦାର ଏଣ୍ଟ୍ରି ମାରିଥିଲେ । ଯାହାପରେ ସୈଫ ଓ ଅମୃତାଙ୍କ ଝିଅ କେବେ ପଛକୁ ଫେରି ଦେଖିନାହାନ୍ତି । ଆଜିକାଲି ସାରା ନିଜର ଆଗାମୀ ଫିଲ୍ମ ‘ଲଭ ଆଜ କଲ’ର ରିଲିଜ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି । ତେବେ ଏହା ମଧ୍ୟରେ ତାଙ୍କୁ ନେଇ ଏକ ଖବର ଶୁଣିବାକୁ ମିଳିଛି । ସୂଚନା ଅନୁଯାୟୀ ସାରା ଅଲ୍ଲୀ ଖାନ, ମା ଅମୃତା ସିଂଙ୍କ ସୁପର ଡୁପର ହିଟ ଫିଲ୍ମ “ଚେମେଲୀ କି ସାଦୀ”ର ରିମେକରେ ନଜରରେ ଆସିବାକୁ ଯାଉଛନ୍ତି ।

 

View this post on Instagram

 

Mirror mirror- are you mommy or a reflection? 👥 The only difference between us- is I always want her attention 🙇🏻‍♀️🙋🏻‍♀️ She on the other hand is full of love, hugs and affection 👩‍👧❤️🤗 And undivided time and energy I sometimes forget to mention 🙏🏻💪🏻 My anchor, my inspiration, the magician that takes away all tension🧚🏻‍♀️🤱🏻 She has cures for mood swings, hair-fall, dry skin and water retention 💁🏻‍♀️👯‍♂️ Her versatility, commitment, patience, and selflessness is beyond my comprehension 🤷‍♀️🙀😻 With her around no sadness lasts, no fear persists there can’t be much apprehension- Basically without contention, no need to even mention, mommy is best in every dimension. 🌍 🗺 🌌 #amritakibeti #sarakishayari #gotitfrommymama #likemotherlikedaughter #mommyno1

A post shared by Sara Ali Khan (@saraalikhan95) on


ଯଦିଓ ଏହି ଫିଲ୍ମ କରିବା ପାଇଁ ସାରା ବର୍ତ୍ତମାନ ପର୍ଯ୍ୟନ୍ତ ହଁ କହିନାହାନ୍ତି କାରଣ ତାଙ୍କୁ ଲାଗୁଛି ଯେ ସେ ଏହି ଫିଲ୍ମର ଲିଡ଼ ରୋଲ କରିବା ପାଇଁ ସେ ଏପର୍ଯ୍ୟନ୍ତ ସକ୍ଷମ ହୋଇନାହାନ୍ତି । ତେବେ ସାରାଙ୍କ ଫ୍ୟାନ ମାନେ ଅତି ଉତ୍ସାହିତର ସହ ଅପେକ୍ଷା କରିଛନ୍ତି ଯେ ସେ ଏହି ଫିଲ୍ମ ପାଇଁ କେବେ ହଁ କହୁଛନ୍ତି । କାରଣ ଅମୃତା ସିଂଙ୍କ ‘ଚେମେଲୀ’ର ଚୁଲବୁଲି ଅନ୍ଦାଜରେ ସାରାଙ୍କୁ ଦେଖିବା ବହୁତ ମଜାଦାର ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.