ଲଞ୍ଚ୍‌ ହେଲା ଟିଭିଏସର ବିଏସ-୬ Jupiter 110 Fi ସ୍କୁଟର! ୧୫ ପ୍ରତିଶତ ଅଧିକ ଦେବ ମାଇଲେଜ୍‌, ଜାଣନ୍ତୁ କଣ ରହିଛି ଫିଚର୍ସ ଓ କେତେ ରହିଛି ଦାମ୍‌

ଭାରତର ତ୍ରୁତୀୟ ସବୁଠାରୁ ବଡ ମୋଟରସାଇକେଲ ନିମାର୍ଣକାରୀ କମ୍ପାନୀ TVS ବିଏସ-୬ Jupiter Classic 110 Fi ସ୍କୁଟର ଲଞ୍ଚ କରିଛି। ଏହି ସ୍କୁଟି (ଇକୋଟ୍ରଷ୍ଟ ଫୁଏଲ ଇଂଜେକସନ) ଟେକ୍ନୋଲୋଜି ଉପରେ ଆଧାରିତ ରହିଛି। କମ୍ପାନୀ ଦାବି କରିଛି ଯେ ବିଏସ-୬ ସ୍କୁଟର ପୁରୁଣା ସ୍କୁଟି ମାମଲାରେ ୧୫ ପ୍ରତିଶତ ଅଧିକ ମାଇଲେଜ୍‌ ଦେବ। ତେବେ ଆସନ୍ତୁ ଜାଣିବା ଏହାର ଫିଚର୍ସ ଏବଂ କେତେ ରହିଛି ଦାମ।

୧୧୦ସିସି ଇଞ୍ଜିନ

TVS Jupiter ବିଏସ-୬ରେ ୧୧ସିସି, ଚାରି ଷ୍ଟ୍ରୋକ, ସିଙ୍ଗଲ ଇଞ୍ଜିନ ଦିଆଯାଇଛି। ଏହାସହିତ କମ୍ପାନୀ ୧୫ ପ୍ରତିଶତ ଅଧିକ ମାଇଲେଜ ଦେବାକୁ ଦାବି କରିଛି। ଏହି ସ୍କୁଟରରେ ୧୨ ଇଞ୍ଚର ଟ୍ୟୁବଲେସ୍‌ ଟାୟାର ଦିଆଯାଇଛି। ଫ୍ରଣ୍ଟରେ ୨୨୦ ଏମଏମ ର ଡିସ୍‌ ବ୍ରେକ ଏବଂ ୧୩୦ ଏମଏମ ର ରିୟର ଡ୍ରମ ବ୍ରେକ ଦିଆଯାଇଛି।

scooterଫିଚର୍ସ

TVS Jupiter Classicରେ ଡୁଆଲ-ଟୋନ୍‌ ସିଟ୍‌, ଆନାଲଗ୍‌ ସ୍ପୀଡମିଟର, ଟେଣ୍ଟେଡ୍‌ ଭାଇଜର, ରାଉଣ୍ଡ କ୍ରୋମ ମିରର୍ସ, କୁସନ ବ୍ରେକରେଷ୍ଟ ସହିତ ପିଲିୟନ ହ୍ୟାଣ୍ଡେଲ, ଫ୍ରଣ୍ଟ ପ୍ୟାନେଲ ୟୁଏସବି ଚାର୍ଜର ଏବଂ ମୋବାଇଲ କ୍ୟୁବି ସ୍ପେସ୍‌ ଭଳି ଉତ୍ତମ ଫିଚର୍ସ ଦିଆଯାଇଛି।

ଏହାସହ ପଢନ୍ତୁ : Renault ଆଣିଛି ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ, ଏହି ତିନୋଟି କାର ଉପରେ ତିନି ଲକ୍ଷ ପର୍ଯ୍ୟନ୍ତ ଭାରି ଡିସକାଉଣ୍ଟ

ଦାମ୍‌

TVS Jupiter Classicର ଦାମ ଅନ୍ୟ ବିଏସ-୬ ସ୍କୁଟର ତୁଳନାରେ ଉତ୍ତମ ରହିଛି। ଦିଲ୍ଲୀର ଏକ୍ସ-ସୋରୁମରେ ଏହାର ଦାମ ୬୯,୯୧୧ ଟଙ୍କା ରହିଛି। ସେହିପରି କମ୍ପାନୀ TVS Jupiter Base, ZX ଏବଂ Grande ଏଡିସନକୁ ମଧ୍ୟ ବିଏସ-୬ ମାନକରେ ଅପଡେଟ୍‌ କରିବ।

ହୋଣ୍ଟା ଆକ୍ଟିଭାକୁ ମିଳିସାରିଛି ବିଏସ-୬ ଅପଡେଟ

hondaଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ହୋଣ୍ଡା ପୂର୍ବରୁ ହିଁ ସିସିକୁ ବିଏସ-୬ ଅପଡେଟ୍‌ କରିସାରିଛି। ହୋଣ୍ଡା Activa 125ରେ 125ସିସିର ବିଏସ-୬ ଇଞ୍ଜିନ ଦିଆଯାଇଛି। ପୁରୁଣା ମଡେଲ ତୁଳନାରେ ଏହି ସ୍କୁଟର ୧୩ ପ୍ରତିଶତ ଅଧିକ ମାଇଲେଜ୍‌ ଦେଇଥାଏ। ହୋଣ୍ଡା Activa 125ର ମାଇଲେଜ୍‌ ୬୦ କିମି ପ୍ରତିଲିଟର ରହିଛି। ଏହାର ପ୍ରାରମ୍ଭିକ ଦାମ ୭୪,୪୯୦ ଟଙ୍କା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.