BSNL ଘୋଷଣା କଲା ନୂଆ ପ୍ଲାନ୍‌, ମିଳିବ ୩ ମାସ ପର୍ଯ୍ୟନ୍ତ ପ୍ରତିଦିନ ୫ ଜିବି ଡାଟା

BSNL ଗ୍ରାହକଙ୍କ ପାଇଁ ଖୁସି ଖବର। ଭାରତର ଏକମାତ୍ର ସରକାରୀ ମୋବାଇଲ ନେଟଓ୍ଵର୍କ କମ୍ପାନୀ ଏବେ ଗ୍ରାହକଙ୍କ ଲାଗି ଘୋଷଣା କରିଛି ନୂଆ ନେଟ୍‌ ପ୍ୟାକ୍‌। ୫୪୮ ଟଙ୍କିଆ ଏହି ପ୍ଲାନ୍‌ରେ ଗ୍ରାହକଙ୍କୁ ପ୍ରତିଦିନ ୫ ଜିବି ଡାଟା ମିଳିବ। ଆସନ୍ତୁ ଜାଣିବା BSNLର ନୂଆ ନେଟ୍‌ପ୍ୟାକ୍‌ ସମ୍ପର୍କରେ…

Related image

 

ରିପୋର୍ଟ ମୁତାବକ BSNLର ନୂଆ ୫୪୮ ଟଙ୍କିଆ ପ୍ଲାନ୍‌ PRBSTV। ଏହି ପ୍ଲାନ୍‌ର ବୈଧତା ୯୦ ଦିନ ରହିଛି। ଏହି ନୂତନ ପ୍ଲାନ୍‌ରେ ଗ୍ରାହକଙ୍କୁ ଦିନକୁ ୫ ଜିବି ଡାଟା ଦିଆଯାଉଥିବା ବେଳେ ଡାଟା ଶେଷ ହେବା ପରେ ଇଣ୍ଟରନେଟ୍‌ ସ୍ପିଡ୍‌ କମିଯାଇ ୮୦kbps ହୋଇଯିବ ବୋଲି ଜଣାଯାଇଛି। ସୂଚନାଯୋଗ୍ୟ ଯେ ୫୪୮ ଟଙ୍କିଆ ପ୍ଲାନ୍‌ରେ ଗ୍ରାହକଙ୍କୁ କଲିଂ ଓ ଏସ୍‌ଏମ୍‌ଏସ୍‌ର ସୁବିଧା ମିଳିବ ନାହିଁ।

Image result for bsnl new plan

ପ୍ରକାଶଯୋଗ୍ୟ ଯେ ବିଏସ୍‌ଏନ୍‌ଏଲ୍‌ ଗ୍ରାହକଙ୍କ ପାଇଁ କେତେକ ବର୍ଷିକିଆ ପ୍ଲାନ୍‌ ମଧ୍ୟ ଘୋଷଣା କରିଛି। ଗ୍ରାହକ ମାତ୍ର ୧୯୯୯ ଟଙ୍କାରେ ୩୫୬ ଦିନ ପର୍ଯ୍ୟନ୍ତ ୮୦ kbps ରେ ୩ ଜିବି ଡାଟା ଓ ୧୦୦ ଏସ୍‌ଏମ୍‌ଏସ୍‌ ସୁବିଧା ପାଇପାରିବେ। ଏଥିସହ କମ୍ପାନୀ ୟୁଜରଙ୍କୁ ଯେ କୌଣସି ନେଟଓ୍ଵାର୍କରେ କଲିଂ ପାଇଁ ୨୫୦ ମିନିଟ୍‌ ମଧ୍ୟ ଦେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.